କୁଖ୍ୟାତ ଅପରାଧୀ ଉମର ଫାରୁକକୁ ଟ୍ରେନ୍‌ରୁ ଗିରଫ କଲା କଟକ ରେଳବାଇ ପୁଲିସ୍‌

କଟକ: ଗିରଫ ହେଲା କୁଖ୍ୟାତ ଅପରାଧୀ ଉମର ଫାରୁକ । ଅପରାଧୀ ଫାରୁକ ଦୁଇ ବର୍ଷ ଧରି ତେଲେଙ୍ଗାନାରୁ ଫେରାର ଥିବାବେଳେ କଟକ ରେଳବାଇ ପୁଲିସ ଗତକାଲି ରାତିରେ ଫାରୁକକୁ ଚଳନ୍ତା ଟ୍ରେନରୁ ଗିରଫ କରିଛି। ଫାରୁକ କରମଣ୍ଡଳ ଏକ୍ସପ୍ରେସରେ ବେଧଡ଼କ ଭାବରେ ଚେନାଇ ଯାଉଥିବା ବେଳେ କଟକ ଷ୍ଟେସନରେ ହ୍ୟାଣ୍ଡକପ ପକାଇଛି ରେଳବାଇ ପୁଲିସ ।

ଫାରୁକ ଏକ ହତ୍ୟା ମାମଲାରେ ଦୁଇ ବର୍ଷ ହେବ ତେଲେଙ୍ଗାନାର ରାଏ ଦୁର୍ଗମ ଥାନା ଅଞ୍ଚଳରୁ ଫେରାର ଥିଲା। ଫାରୁକକୁ  ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ ଘୋଷଣା କରିଥିଲା ସ୍ଥାନୀୟ ପୁଲିସ । ଅପରାଧ କରି ଫେରାର ହେବା ପରେ ପୁଲିସ ପାଇଁ ସୃଷ୍ଟି ହୋଇଥିଲା ବଡ଼ ଚାଲେଞ୍ଜ । ଅପରାଧୀମାନେ ଅଧିକାଂଶ ସମୟରେ ଟ୍ରେନ୍‌ରେ ଫେରାର ହେଉଥିବା କାରଣରୁ ପୁଲିସ ସିଧାସଳଖ ଆରପିଏଫକୁ ଏନେଇ ସୂଚନା ଦେଇଥିଲା । ଶେଷରେ ଅନେକ ଦିନର ଲୁଚକାଳି ଖେଳ ପରେ ଚଳନ୍ତା ଟ୍ରେନରୁ ଗିରଫ ହୋଇଛି ଫାରୁକ । ଅପରାଧୀ ଫାରୁକକୁ ଗିରଫ କରିବା ପରେ ତେଲେଙ୍ଗାନାରୁ ଆସିଥିବା ଏକ ସ୍ୱତନ୍ତ୍ର ପୁଲିସକୁ ହସ୍ତାନ୍ତର କରିଛି କଟକ ରେଳବାଇ ପୁଲିସ।

ସମ୍ବନ୍ଧିତ ଖବର