ସିଡିଏରୁ ଅଣ୍ଡର୍‌ଓ୍ଵାର୍ଲଡ ଏଜେଣ୍ଟ ଗିରଫ

କଟକ : ମାତ୍ର ୬ ମାସ ବ୍ୟବଧାନରେ ପୁଣି ସିଡିଏରେ ଅନ୍ତର୍ଜାତୀୟ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ଙ୍କ ଲିଙ୍କ୍‌ ମିିଳିଛି । ବ୍ରଜବିହାରୀପୁର ଅଞ୍ଚଳର ଯୁକ୍ତ ୩ ବାଣିଜ୍ୟ ଛାତ୍ର ସୋମନାଥ ସାହୁ(୨୨) ନିଜ ବ୍ୟାଙ୍କ ଆକାଉଣ୍ଟକୁ ଡନ୍‌ଙ୍କ ପାଇଁ ବଟି ଆଦାୟ କାର୍ଯ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଭଳି ବେଆଇନ କାର୍ଯ୍ୟରେ ଛାତ୍ର ଜଣକ ସମ୍ପୃକ୍ତ ଥିବାରୁ ଉତ୍ତରାଖଣ୍ଡର ସାଇବର ଥାନା ପୁଲିସ ତାକୁ ଗିରଫ କରିଛି । କୋର୍ଟରେ ହାଜର ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଉତ୍ତରାଖଣ୍ଡ ନିଆଯାଇଛି । ବଟି ଆଦାୟରେ ବ୍ୟବହାର ହୋଇଥିବା ଏଟିଏମ୍‌ କାର୍ଡ ସୋମନାଥ ନିକଟରୁ ମିଳିନଥିବା ବେଳେ ଏକ ବ୍ୟାଙ୍କ ପାସ୍‌ ବୁକ୍‌ ପୁଲିସ ତା’ ନିକଟରୁ ଜବତ କରିଥିଲା । ପୂର୍ବରୁ ଛତିଶଗଡ଼ ପୁଲିସ ସୋମନାଥର ୩ ଜଣ ସହଯୋଗୀ ତଥା ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ଙ୍କ ୩ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର