କଟକ: ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ବେଗୁନିଆ ତହସିଲଦାର ପୃଥିବୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ବିହାର ବାସଭବନ ସମ୍ମୁଖରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ହୃଦାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କୁ ତାଙ୍କର ଜମିର କିସମ ପରିବର୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉ ଥିଲେ ତହସିଲଦାର।

Advertisment

publive-image Sambad

ତେବେ ଧରା ପଡିବା ପରେ ପୃଥିବୀରାଜଙ୍କ ଭୁବନେଶ୍ୱରରେ ଥିବା ବାସଭବନ ସହିତ ବେଗୁନିଆ ଠାରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ରେଡ କରିଥିଲା ଭିଜିଲାନ୍ସ ଟିମ। ଏହି ରେଡ ସମୟରେ ପୃଥିବୀରାଜଙ୍କ ନାଁ ରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଛି। ତେବେ ସେହି ସମସ୍ତ ଆକାଉଣ୍ଟ ଗୁଡିକୁ ଯାଞ୍ଚ କରାଯାଉ ଥିବା କହିଛନ୍ତି ଭିଜିଲାନ୍ସ ଏସପି।