କଟକ: ଗତକାଲିଠାରୁ ପୂର୍ବ ଦୁଇ ଦିନ ହେଲା ଗାଁରେ ସଂକ୍ରମଣ ଉପରମୁହାଁ। ଗତ ଦୁଇଦିନରେ ଗାଁରୁ ୯୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି କଟକରେ ୭୬୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସହରରୁ ୨୮୧ଜଣ ଓ ଗାଁରୁ ୪୫୮ ଜଣ ଚିହ୍ନଟ ହୋଇଛନ୍ତି। ଗୁରୁବାର ୮୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ଅନ୍ୟପଟେ ଜିଲ୍ଲାରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଘରକୁ ଘର ସର୍ଭେ ସହ ସଚେତନତା ପେ‌ଣ୍ଟିଂ କରାଯାଉଛି। ଏଥିସହ ଗୃହ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଘର ମଧ୍ୟ ବିଶୋଧନ କରାଯାଉଛି। ଆଠଗଡ଼ର ୮ଟି ଗାଁ, ନରସିଂହପୁରର ୧୫ଗାଁକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ଅନ୍ୟପଟେ ନରସିଂହପୁରରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଥିବାରୁ ବିଧାୟକ ଦେବୀପ୍ରସାଦ ମିଶ୍ର ଏହାର ସମୀକ୍ଷା କରିଛନ୍ତି। କୋଭିଡ୍‌ ସମୟରେ ଅଣକରୋନା ରୋଗୀଙ୍କ ଚିକିତ୍ସା ଏକ ବଡ଼ ଚାଲେଞ୍ଜ୍‌ ସୃଷ୍ଟି କରିଥିବାରୁ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ନରସିଂହପୁର ଆ‌ସିବେ। ବଡ଼ମ୍ବା ଓ ନରସିଂହପୁର ବ୍ଲକ୍‌ରେ ସମୀକ୍ଷା କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।

ସହରରେ ୨୮୧ଜଣ  ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସିଡିଏର ବିଭିନ୍ନ ସେକ୍ଟରରୁ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବକ୍ସିବଜାରରୁ ୧୬, ଜଗତ୍‌ପୁରରୁ ୧୧, ଯୋବ୍ରାରୁ ୯, ବିଡ଼ାନାସୀରୁ ଜଣ ଲେଖାଏଙ୍କ ସମେତ ଇନ୍‌ଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍‌ରୁ ୪୭, ଗୃହ ସଙ୍ଗରୋଧରୁ ୧୪୧ ଓ ସ୍ଥାନୀୟ ସଂକ୍ରମଣରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଗ୍ରାମାଞ୍ଚଳରୁ ୪୫୮ଜଣ ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ଼ରୁ ସର୍ବାଧିକ ୬୯, କଟକ ସଦରରୁ  ୬୮, ବଡ଼ମ୍ବାରୁ ୧୧, ବାଙ୍କୀରୁ ୨୦, ବାରଙ୍ଗରୁ ୨୧, ଚୌଦ୍ବାରରୁ ୨୯, ଡମପଡ଼ାରୁ ୧୦, କଣ୍ଟାପଡ଼ାରୁ ୨୦, ମାହାଙ୍ଗାରୁ ୩୩, ନରସିଂହପୁରରୁ ୨୭, ନିଆଳିରୁ ୨୫, ନିଶ୍ଚିନ୍ତକୋଇଲି ୨୭, ସାଲେପୁରରୁ ୩୭, ଟାଙ୍ଗୀରୁ ୩୨, ତିଗିରିଆରୁ ୨୪ ଓ ଅନ୍ୟ ଜିଲ୍ଲାରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କଟକ ଜିଲ୍ଲାରେ ଗୁରୁବାର ୩୬୭୦ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୨୨୪୪ଟି ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ୪୪୧ଜଣ ଜଣ ପଜିଟିଭ୍‌ ହୋଇଥିବାବେଳେ ଆଠଗଡ଼ରୁ ୫୪, ବାଙ୍କୀରୁ ୩୧, ସାଲେପୁରରୁ ୨୭,  ଟାଙ୍ଗୀ ୨୯, ତିଗିରିଆ ୩, ଡମପଡାରୁ ୪, କଣ୍ଟାପଡ଼ାରୁ ୨୦, ମାହାଙ୍ଗାରୁ ୨୪, ବାରଙ୍ଗରୁ ୧୮, ବଡ଼ମ୍ବା୧୦, ନରସିଂହପୁର ୩୯, ନିଶ୍ଚିନ୍ତକୋଇଲି ୨୫, ସଦର ୨୨, ନିଆଳି ୨୦,  ‌ ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୬, ଚାଉଳିଆଗଞ୍ଜରୁ ୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।