କଟକ: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ବସ୍ ଦୁର୍ଘଟଣା ପରେ ତତ୍ପର ହୋଇ ଉଠିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ରାଜ୍ୟରେ ଯାତ୍ରୀବାହୀ ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛି ଏସଟିଏ। ବିନା ଅନୁମତିରେ ପରମିଟ୍ ମିଳିଥିବା ରୁଟ ଓ ଟାଇମିଂ ବାହାରେ ଯାତ୍ରୀବାହୀ ବସ ଚଳାଚଳ କରି ପାରିବ ନାହିଁ। ଏନେଇ ଏକ ଏସଓପି ଆଣିବାକୁ ଯାଉଛି ବିଭାଗ। ସେହିପରି ଗାଡ଼ି ଗୁଡ଼ିକୁ ଟ୍ରାକ କରିବା ପାଇଁ ଖୁବ ଶିଘ୍ର ଭିଏଲଟିଡ଼ି ବା ଭେଇକିଲ ଲୋକେସନ ଟ୍ରାକିଙ୍ଗ ଡିଭାଇସ ବ୍ୟବସ୍ଥାକୁ ରାଜ୍ୟରେ ଲାଗୁ କରାଯିବ ବୋଲି ମଧ୍ୟ କହିଛି ବିଭାଗ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ।
ତେବେ ଦିଗପହଣ୍ଡି ବସ ଦୁଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହି ଦୁଘଟଣା ପଛର କାରଣ ଖୋଜା ଚାଲିଛି। ଏହାରି ଭିତରେ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ମିନିବସ୍ ଉପରେ ସମସ୍ତଙ୍କ ନଜର ଅଟକିଛି। କାରଣ ବାହାଘର ଭଳି ସ୍ବତନ୍ତ୍ର ଉତ୍ସବ ପାଇଁ ଯାତ୍ରୀ ପରିବହନ ଏବଂ ରାତିରେ ସେହି ରୁଟରେ ବସ ଚାଳାଇବା ପାଇଁ ସମ୍ପୃକ୍ତ ମିନିବସ୍କୁ ଅନୁମତି ନଥିଲା ବୋଲି ଜଣା ପଡ଼ିବା ପରେ ଏବେ ଆରମ୍ଭ ହୋଇଛି ତନାଘନା। ଏଣିକି ବସ ମାଲିକ ମାନେ ବାହାଘର କିମ୍ବା ପିକନିକ ଭଳି କାର୍ଯ୍ୟ ପାଇଁ ନିଜ ମନ ଇଚ୍ଛା କୌଣସି ରୁଟରେ ଯାତ୍ରୀଙ୍କୁ ନେଇ ଯାଇ ପାରିବେ ନାହିଁ।
Sambadଏଥିପାଇଁ ବସ ମାଲିକଙ୍କୁ ନିଜ ଆରଟିଓଙ୍କ ପାଖରୁ ଅନୁମତି ନେବାକୁ ପଡ଼ିବ। ଏବଂ ଏନେଇ ଏକ ଏସଓପି ଆଣିବାକୁ ଯାଉଛି ବିଭାଗ। କେବଳ ଏସଓପି ନୁହେଁ ବରଂ ରାସ୍ତାରେ ଗାଡ଼ି ଗୁଡ଼ିକୁ ଟ୍ରାକ କରିବା ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆପଣେଇବାକୁ ଯାଉଛନ୍ତି ପରିବହନ କର୍ତ୍ତୃପକ୍ଷ। ସେଥିପାଇଁ ଅଟୋ ଏବଂ ପେଟ୍ରୋ କେମିକାଲ ଭଳି ଜ୍ବଳନଶୀଳ ପଦାର୍ଥ ପରିବହନ କରୁଥିବା ଗାଡ଼ି ଗୁଡ଼ିକୁ ବାଦ ଦେଲେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ଭିଏଲଟିଡ଼ି ବା ଭେଇକିଲ ଲୋକେସନ ଟ୍ରାକଙ୍ଗ ଡିଭାଇସ ଲଗାଇବା ବାଧ୍ୟତାମୂଳକ କରାଯିବ। ରାଜ୍ୟର ଚଳାଚଳ କରୁଥିବା ସରକାରୀ ଗାଡ଼ି ଗୁଡ଼ିକରେ ଭିଏଲଟିଡ଼ି ଲାଗି ଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ଚଳାଚଳ କରୁଥିବା ବେସରକାରୀ ଗାଡ଼ି ଗୁଡ଼ିକରେ ଏହାକୁ ଲଗାଯିବା ଉପରେ ଗୁରୁତ୍ବ ଦେଇଛି ପରିବହନ ବିଭାଗ। ଭିଏଲଟିଡ଼ି ଲାଗି ଗଲେ ସେହି ଗାଡ଼ି ଗୁଡ଼ିକୁ ଟ୍ରାକ କରାଯାଇ ପାରିବ। ଏହା ସହିତ କେଉଁ ଗାଡ଼ି କେଉଁ ସମୟରେ କେଉଁ ରୁଟ ବା ଅଞ୍ଚଳ ଦେଇ ଯାଉଛି, ତାର ବେଗ କେତେ ରହିଛି, ସେହି ଗାଡ଼ିର ପରମିଟ ଅଛି ବା ନାହିଁ ତାହା ଟ୍ରାକ କରାଯାଇ ପାରିବ। ଏହା ସହିତ ଭିଏଲଟିଡ଼ି ଲାଗିଥିବା ଗାଡ଼ି ଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପାନିକ ବଟନ ମଧ୍ୟ ରହିବ। ସେପଟେ ଭିତ୍ତିଭୁମି ନଥିବାରୁ ଏହି ଦୁଇଟି ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/VideoCapture_20230627-194247.jpg)