କଟକ: କ˚ଗ୍ରେସର ଟାଣୁଆ ନେତ୍ରୀ ପୂର୍ବତନ କାଉନସିଲର ରେଣୁବାଳା ରାଉତଙ୍କ ନାମ ଜାଣିଶୁଣି ଏଥର ଭୋଟର ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ରେଣୁବାଳା ନୁହନ୍ତି ୫୩ ନମ୍ବର ଵାର୍ଡର ପାଖାପାଖି ୨୦୦ ଜଣ ଭୋଟରଙ୍କ ନାମକୁ ଏଥର ତାଲିକାରୁ ବାଦ୍ ଦିଆଯାଇଥିବା କୁହାଯାଉଛି। ଏପରିକି ଅନ୍ୟ ଵାର୍ଡର ଭୋଟରଙ୍କ ନାମ ୫୩ ନମ୍ବର ତାଲିକାରେ ସ୍ଥାନ ପାଇଥିଲା ବେଳେ ୫୩ ନମ୍ବରର ଭୋଟରଙ୍କ ନାମ ଅନ୍ୟ ଵାର୍ଡ ତାଲିକାକୁ ଚାଲିଯାଇଛି। ଏ ସ˚କ୍ରାନ୍ତରେ ବାରମ୍ବାର ସିଏମ୍ସି ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳି ନଥିବା ଶ୍ରୀମତୀ ରାଉତ ଅଭିଯୋଗ କରିଛନ୍ତି। ଜାଣିଶୁଣି ଶାସକ ଦଳ ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଏଭଳି ସ୍ଥିତି ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି। ରେଣୁବାଳାଙ୍କ ଝିଅ ଲିନା ରାଉତ ଏଥର ୫୩ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ମା’ ରେଣୁବାଳାଙ୍କ ନାମ ଭୋଟର ତାଲିକାରୁ କଟି ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ରେଣୁବାଳା ୧୯୯୭ ମସିହାରେ କଟକ ପୌର ପରିଷଦକୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ତାହା ସେତେବେଳେ ୩୪ ନମ୍ବର ଵାର୍ଡ ଭାବେ ପରିଗଣିତ ହେଉଥିଲା। ତା’ ପରଠାରୁ ସେ ଆଉ ନିର୍ବାଚନରେ ବିଭିନ୍ନ କାରଣରୁ ପ୍ରତିଦ୍ବନ୍ଦ୍ବିତା କରି ନଥିଲା ବେଳେ ୨୦୧୪ରେ କ˚ଗ୍ରେସ ପ୍ରାର୍ଥୀ ହୋଇ ଅଳ୍ପ ଭୋଟରେ ପ୍ରଦୀପ ସାମନ୍ତରାୟଙ୍କଠୁ ପରାଜିତ ହୋଇଥିଲେ। ଏଥର ନିର୍ବାଚନରେ ରେଣୁବାଳାଙ୍କ ଝିଅ ଲିନା ରାଉତ ୫୩ ନମ୍ବର ଵାର୍ଡରୁ କ˚ଗ୍ରେସର ପ୍ରାର୍ଥୀ ଭାବେ ଲଢୁଛନ୍ତି। ରେଣୁବାଳା କହିବା ଅନୁଯାୟୀ ସେ କାଉନସିଲ ହେବା ପୂର୍ବରୁ ବି ଅଞ୍ଚଳବାସୀଙ୍କ ସ୍ବାର୍ଥ ଓ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିଲେ। ପାଖାପାଖି ଦୁଇ ଦଶନ୍ଧି ସେ କ୍ଷମତାରେ ନଥିଲେ ସୁଦ୍ଧା ଏବେ ବି ଵାର୍ଡ ଓ ପଡେ଼ାଶୀ ଵାର୍ଡର ହିତ ପାଇଁ କାର୍ଯ୍ୟ କରୁଛନ୍ତି। କଟକୁ ସବୁଜ ସହର କରିବା ତାଙ୍କର ଲକ୍ଷ୍ୟ ଥିଲା।
ଏଥିସହ ଅନଗ୍ରସରଙ୍କ ଶିକ୍ଷା ଉପରେ ସେ ଏକ ଅଭିଯାନ ଆରମ୍ଭ କରିଥିଲେ। ହେଲେ ତାଙ୍କ କାଉନସିଲର ଅବଧି ପରେ କ˚ଗ୍ରେସ ପକ୍ଷରୁ ଚିନ୍ତାମଣି ପଣ୍ତା, ସ୍ନେହାଞ୍ଜଳି ନାୟକ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ତେବେ ମହମ୍ମଦ ମୋକିମ ନଗର ଦାୟିତ୍ବ ନେବାପରେ ୨୦୧୪ରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ତଥାପି ଭୋଟ ରାଜନୀତିର ଶିକାର ହୋଇ ଅଳ୍ପ ବ୍ୟବଧାନରେ ସେ ପରାଜିତ ହୋଇଥିବା ରେଣୁବାଳା କହିଛନ୍ତି। କିନ୍ତୁ ଏଭଳି ଭୋଟର ତାଲିକାକୁ ନେଇ ଯେଉଁ ଖେଳ ଖେଳାଯାଉଛି, ତାହା ହୀନ ରାଜନୀତିର ପରିଚୟ ଦେଉଛି। ଅନ୍ୟପଟେ ପ୍ରାର୍ଥୀ ଲିନା ରାଉତ କହିଛନ୍ତି ଯେ ଏହି ଵାର୍ଡରୁ ଠିକାଦାର ରାଜନୀତି ଦୂର କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଵାର୍ଡର ମୌଳିକ ସମସ୍ୟା ସହିତ, ଯୁବଗୋଷ୍ଠୀଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଏସ୍ଏସ୍ଜି ଗ୍ରୁପ୍ ପାଇଁ ଆସୁଥିବା ବିଭିନ୍ନ ପ୍ରକଳ୍ପକୁ ଲୋକଲୋଚନକୁ ଆଣିବା, ମଶା ବ˚ଶ ରୋକିବା ଇତ୍ୟାଦି ନିର୍ବାଚନ ଇସ୍ତାହାର କରିବାକୁ ସ୍ଥିର କରାଯାଇଛି। ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଇଥିବା ଫ୍ଲାଟ୍ ବଣ୍ଟନରେ ଦୁର୍ନୀତି ଓ ଛପିଯାଇଥିବା ଅନ୍ୟ କାର୍ପଟଦାରଙ୍କ ବିଷୟରେ ଵାର୍ଡ ବାସିନ୍ଦାଙ୍କୁ ଅବଗତ କରାଇବାକୁ ସେ ଉଦ୍ୟମ କରିବେ ବୋଲି ଲିନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/daughter-mother.jpg)