କଟକ: ଲଗାଣ ବର୍ଷା ଛାଡିବାର ୬ ଦିନ ପରେ ବି ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଏଭଳି ବର୍ଷାରେ ସହରରେ ସବୁଆଡେ ପୁଣି ପାଣି ଭରିଯାଇଛି। ନିଗମ ପକ୍ଷରୁ ୨ଶହରୁ ଅଧିକ ମୋଟର ପମ୍ପରେ ଜଳନିଷ୍କାସନ କରାଯାଉଥିବାର କୁହାଯାଉଥିବା ବେଳେ ସହରରୁ ପାଣି ନିଷ୍କାସନ ହେବାର ଦେଖିବାକୁ ମିଳୁ ନାହିଁ।
ଜଳବନ୍ଦୀରୁ ମୁକ୍ତି ପାଇଁ କିଛି ସାହିର ଲୋକ ନିଜ ଉଦ୍ୟମରେ ମୋଟର ବସାଇ ପାଣି ବାହାର କରୁଥିବା ବେଳେ ଆଉ କିଛି ବ୍ୟବସାୟୀ ଦୋକାନ ଆଗରୁ ପାଣି ନିଷ୍କାସନ ପାଇଁ ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି ଦେଇଛନ୍ତି।
ସିଏମ୍ସି ସହର ମଧ୍ୟରୁ ପାଣି ନିଷ୍କାସନ କରିବାରେ ବିଫଳ ହୋଇଛି ଓ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ୪୫ ନମ୍ବର ୱାର୍ଡର ଗୁରୁସାହି ବାସିନ୍ଦା ନିଜ ଉଦ୍ୟମରେ ୨ଟି ପାଣି ପମ୍ପ ବସାଇ ସ୍ଥାନୀୟ ଅଞ୍ଚଳରୁ ପାଣି ନିଷ୍କାସନ କରିଛନ୍ତି। ସେହିପରି ବାଦାମବାଡି ମୁଖ୍ୟରାସ୍ତାରୁ ପାଣି ବାହାର କରିବା ପାଇଁ କିଛି ସ୍ଥାନୀୟ ବ୍ୟବସାୟୀ ରାସ୍ତା ମଝିରେ ଥିବା ଡିଭାଇଡ୍ରକୁ ଭାଙ୍ଗି ଦେଇଛନ୍ତି। ଲିଙ୍କରୋଡ୍ରୁ ବାଦାମବାଡିକୁ ଆସିବାକୁ ଥିବା ରାସ୍ତାର ପାଣି ଅନ୍ୟପଟକୁ ଆସି ରକ୍ସିଲେନ୍ ମଧ୍ୟକୁ ପଶିଛି। ଏଥିରେ ରକ୍ସିଲେନ୍ରେ ପାଣିର ପରିମାଣ ବଢିଥିବାର ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/badambadi-re-banya-6.jpg)