କଟକ-ଜଗତପୁର: ଜଗତପୁରସ୍ଥିତ କେନ୍ଦ୍ରାପଡା ରୋଡ୍ ରେଳଷ୍ଟେସନ ଭଳି ବ୍ୟସ୍ତବହୁଳ ସ୍ଥାନରେ ଏବେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଦୈନିକ ଯାତାୟତ ପାଇଁ ଏହି ଷ୍ଟେସନ ଉପରେ ହଜାର ହଜାର ଯାତ୍ରୀ ନିର୍ଭର କରିଥାନ୍ତି। ଏଠାରେ ୪ଟି ଅତ୍ୟାଧୁନିକ ଟ୍ୟାପ୍ ବସାଯାଇ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏଥିରୁ ୩ଟି ଟ୍ୟାପ୍ କାର୍ଯ୍ୟକ୍ଷମ ହେଉ ନଥିବା ବେଳେ ଅନ୍ୟ ଏକ ଟ୍ୟାପ୍ରୁ ନାମକୁ ମାତ୍ର ପାଣି ବାହାରୁଛି।
ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଯାତ୍ରୀମାନେ ଅସହ୍ୟ ତାତିରେ ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଏଭଳି ସମସ୍ୟାକୁ ଗୁରୁତ୍ବ ନ ଦେଇ ରେଳ ବିଭାଗ କର୍ତ୍ତୃପକ୍ଷ ନିରବ ବସିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ତୁରନ୍ତ ରେଳବାଇ ବିଭାଗୀୟ କର୍ତ୍ତୃପକ୍ଷ ଉପରୋକ୍ତ ସମସ୍ୟାର ପ୍ରତିକାର କରିବାକୁ ଦାବି ହୋଇଛି l