କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଭୁବନେଶ୍ୱରସ୍ଥିତ ଓଡ଼ିଶା ଷ୍ଟେଟ୍ ହ୍ୟାଣ୍ଡଲୁମ୍ ଓି୍ଵଭର୍ସ କୋ-ଅପରେଟିଭ୍ ସୋସାଇଟି ଲିମିଟେଡର ଲିଗାଲ ସେଲ୍ର ପୂର୍ବତନ ଶାଖା ପ୍ରବନ୍ଧକ ଭଗବାନ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଶ୍ରୀ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଏଚ୍.କେ.ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ୨୦୦୫, ନଭେମ୍ବର ୧୬ରେ ଶ୍ରୀ ରାଉତଙ୍କ ଅଫିସ, ଗୃହ ସମେତ ସଂପର୍କିୟଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ କରିଥିଲା। ମାମଲାର ତଦନ୍ତ କରି କଟକ ଭିଜିଲାନ୍ସ ସେଲର ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ମହାନ୍ତି ଶ୍ରୀ ରାଉତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jail-d.jpg)