କଟକ/ଜଗତପୁର: ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ରାହାଜାନୀ, ଡ଼କାୟତି, ଲୁଟ ଭଳି ଘଟଣା ବଢିବାରେ ଲାଗିଛି। ପୁଲିସ ପାଖରେ ଅଭିଯୋଗ ହୋଇଛି, ସିସି କ୍ୟାମେରାରେ ଅଭିଯୁକ୍ତଙ୍କ କାର୍ଯ୍ୟକଳାପ ରେକର୍ଡ ହୋଇଛି। କିନ୍ତୁ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳୁ ନଥିବା ବେଳେ ଅଭିଯୁକ୍ତ ଖୁଲମଖୁଲା ବିଚ ବଜାରରେ ବୁଲୁଛନ୍ତି। ଏଭଳି ଘଟଣା ଅପରାଧ କାର୍ଯ୍ୟକଳାପକୁ ହାୱା ଦେଉଥିବା କୁହାଯାଉଛି।
ଜଗତପୁର ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ୧୫ ରୁ ଅଧିକ ଚୋରି ଲୁଟ ଭଳି ଘଟଣା ଘଲାଣି। ଡିସେମ୍ବର ୨୯ ତାରିଖରେ ଖଇରା ପୋଲ ନିକଟସ୍ଥ କେନ୍ଦ୍ରାପଡ଼ା ରୋଡ଼ରେ ଅମିତାଭ ରାଉତ, ତାଙ୍କ ସ୍ତ୍ରୀ ମଧୁସ୍ମିତା ରାଉତ ୭ ବର୍ଷର ଝିଅକୁ ସାଙ୍ଗରେ ଧରି ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ସୁନା ଚେନ ଟାଣି ନେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଥାନାରେ ପୀଡିତା ମହିଳା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଜଗତପୁର ପୁଲିସ ଲୁଟ୍ ହୋଇଥିବା ଘଟଣା ସ୍ଥଳର ପାଖାପାଖି ଲାଗି ଥିବା ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରି ଲୁଟେରା ମାନଙ୍କର ତଥ୍ୟ ଯୋଗାଡ କରି ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଅପରାଧି ମାନଙ୍କୁ ପୁଲିସ ଧରିବାରେ ବିଫଳ ହେଉଛି।
/sambad/media/post_attachments/wp-content/uploads/2021/01/05_03_2019-BIKE_LUTERA_19016777070945.jpg)
ଜଗତପୁର ଅଞ୍ଚଳର ଆଉ ଜଣେ ବ୍ୟବସାୟୀ ନିଜ ବ୍ୟବସାୟିକ କାର୍ଯ୍ୟରେ କଟକ ଯାଉଥିବା ବେଳେ ମହାନଦୀ ପୋଲ ଉପରେ ଜଣେ ଲୁଟେରା ତାଙ୍କ ପଛ ପଟରୁ ଏକ ପଲସର ବାଇକରେ ଆସି ସେ ପିନ୍ଧିଥିବା ଏକ ୩ ଭରି ଓଜନର ସୁନା ଚେନକୁ ଝାମ୍ପି ନେଇ ଶିଖରପୁର ଅଭିମୁଖେ ଚମ୍ପଟ ମାରିଥିଲା। ଏ ଘଟଣା ସମ୍ପର୍କରେ ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ଶିଖରପୁର ଗୁରୁଦ୍ୱାରରେ ଥିବା ସିସିଟିଭି ଫୁଟେଜ କ୍ୟାମେରାକୁ ଯାଞ୍ଚ କରି ଅପରାଧିର ଫୁଟେଜ ସଂଗ୍ରହ କରି ଅଭିଯୋଗକାରୀଙ୍କ ଜରିଆରେ ଲୁଟେରାକୁ ଚିହ୍ନଟ କରିଥିଲା। କିନ୍ତୁ କୌଣସି ଘଟଣାରେ ଅଭିଯୁକ୍ତ ଧରା ପଡି ନାହାନ୍ତି।
ପୁଲିସ କହିବା ଅନୁସାରେ ଏହି ଦୁଇଟି ଲୁଟ୍ ଘଟଣାର ଲୁଟେରା ହେଉଛି ଜଣେ। ପୂର୍ବରୁ ଗ୍ରୋସରୀ, ମେଡିସିନ, ମୋବାଇଲ ଦୋକାନରୁ ଲଗାତର ଲୁଟ୍ ହେଉଥିବା ବେଳେ ଡିସେମ୍ବର ମାସ ୫ ତାରିଖ ଆଇ ବି ରୋଡ଼ ରେ ଥିବା ବାସନ୍ତୀ ଦୁର୍ଗା ଜୁଏଲାରୀରୁ ଦୁର୍ବୃତ୍ତ ମାନେ ପଛ ପଟ କାନ୍ଥ ତାଡି ପାଖାପାଖି ୩୫ କିଲୋଗ୍ରାମ ଓଜନର ରୁପା, ୬୦ ଭରି ସୁନା, ନଗଦ ୬୦ ହଜାର ଟଙ୍କା ଓ ସିସି କ୍ୟାମେରାର ହାର୍ଡ ଡିସ୍କଗୁଡ଼ିକୁ ଲୁଟି ନେଇଥିଲେ। କମିସନରେଟ ପୁଲିସ ପକ୍ଷରୁ ଏସିପି ଜୋନ ୧ ର ଅମରେନ୍ଦ୍ର ପଣ୍ଡା ଓ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ତଦନ୍ତ କରିଥିଲେ। କିନ୍ତୁ ପୁଲିସ ଅପରାଧି ମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ଏଭଳି ସ୍ଥିତିରେ ପୁଲିସ ଉପରୁ ଭରସା ତୁଟୁଥିବା ବେଳେ ସାଧାରଣରେ ପ୍ରତିକ୍ରିୟା ବଢୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Criminals-Are-Sourrounding-Opens-Carelessly_Thumbnail.jpg)