ଏସ୍‌ସିବିରେ ଅବହେଳା: ଏକ୍ସପାଇରୀ ଶେଷ ହୋଇଥିବା ମେଡିସିନ୍‌ ଖାଇ ଜୀବନ ହାରିଲେ ଯକ୍ଷ୍ମା ଆକ୍ରାନ୍ତ ଯୁବତୀ

କଟକ: ରାଜ୍ୟର ଅଧିକ ଭରୋସା ଯୋଗ୍ୟ ହସ୍ପିଟାଲ ‘ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ’ ବ୍ୟାପକ ଅବହେଳାରେ ଚାଲିଛି। ପ୍ରଶାସନ ଦୁର୍ବଳ ହୋଇ ପଡ଼ିଥିବାରୁ ଏଠରେ ରୋଗୀ ଅନେକ ଅବ୍ୟବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏକ୍ସପାଇରୀ ତାରିଖ ଶେଷ ହୋଇ ଯାଇଥିବା ଔଷଧ ଖାଇ ରବିବାର ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଯୁବତୀଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଶନିବାର ଗୁରୁତର ଅବସ୍ଥାରେ ଯକ୍ଷ୍ମା ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।

ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଝିଅ ଗୁଡ଼ି ଦୁଇ ବର୍ଷ ହେବ ଯକ୍ଷ୍ମାରୋଗରେ ପୀଡ଼ିତ ଥିଲେ। ଏହାରି ଭିତରେ ସେ ଅନେକ ଥର ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଏଥି ପାଇଁ ତାଙ୍କୁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଶେଷରେ ଶନିବାର ଗୁଡ଼ିଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଜାଣତରେ ହେଉ ଅଥବା ଅବହେଳା ଯୋଗୁଁ ହେଉ ଗୁଡ଼ିଙ୍କୁ ୩ମାସ ପୂର୍ବରୁ ଶେଷ ହୋଇଥିବା ଏକ୍ପପାଇରୀ ଔଷଧ ଖାଇବାକୁ ଦିଆଯାଇଥିଲା। ଫଳରେ ଗୁଡ଼ିର ମୃତ୍ୟୁ ହୋଇ ଯାଇଛି। ଗୁଡ଼ି ଖାଉଥିବା ମେଡିସିନ୍‌ରେ ଏକ୍ସପାଇରୀ ୨୦୧୭ ସେପ୍ଟେମ୍ବର ଲେଖାଯାଇଛି।

ସମ୍ବନ୍ଧିତ ଖବର