ଧବଳେଶ୍ୱର ଦର୍ଶନ ସାରି ଫେରୁଥିଲେ, ଚଢ଼ିଗଲା ଟ୍ରକ୍‌, ଜୀବନ ହାରିଲେ ଯୁବତୀ

ଚୌଦ୍ୱାର: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‘ଧବଳେଶ୍ୱର’ଙ୍କ ଦର୍ଶନ ସାରି ଭୁବନେଶ୍ୱର ଫେରୁଥିବା ବେଳେ ବୁଧବାର ଅପରାହ୍ନରେ ଜଣେ ଯୁବତୀଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଜିଜିପି କଲୋନୀର ଲୋପାମୁଦ୍ରା ମହାନ୍ତି (୨୪) ବୁଧବାର ଅପରାହ୍ନରେ ଧବଳେଶ୍ୱର ଦର୍ଶନ ସାରି ଫେରୁଥିଲେ।

ଫେରିବା ବାଟରେ ସେ କଟକ ଜିଲ୍ଲାର ଚୌଦ୍ୱାରସ୍ଥିତ ଓଟିଏମ୍‌ ବଜାର ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅପରାହ୍ନ ୪ଟା ୩୦ରେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଜାତୀୟ ରାଜପଥ ୫୫ ନମ୍ବର ଦେଇ କଟକ ଅଭିମୁଖେ ଯାଉଥିଲେ। ଏହାରି ଭିତରେ ସ୍କୁଟି (ଓଡି ୦୨ ଏସି ୦୮୩୪) ପଛରେ ବସିଥିବା ଲୋପାମୁଦ୍ରା ଗଳି ପଡ଼ି ଯାଇଥିଲେ। ଏହି ସମୟରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ (ଏପି ୦୫ ଟିଡି ୪୨୮୯) ଧକ୍କା ଚଢ଼ି ଯାଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତ ଯୁବକ ଭରତ ପାତାଳ ସିଂହଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ଏହାର ଚାଳକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର