କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା

କଟକ: ନଭେମ୍ବର ସୁଦ୍ଧା ଶେଷ ହେବ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ତେବେ ଜାରି ରହିଥିବା କାର୍ଯ୍ୟ କେତେ ଦୂର ଆଗେଇଛି ସେ ନେଇ ଆଜି ସିଡିଏ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାପାଳ, ସିଏମସି କମିସନର, ମେୟରଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କାମ କିଭଳି ତ୍ବରିତ ବେଗରେ ହେବ ସେ ନେଇ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ସୂଚନାଅନୁଯାୟୀ, କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ସତୁରି କୋଟି ଟଙ୍କା ବ୍ୟୟରେ କରାଯାଉଥିବା ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ବାଟ ଆଗେଇଛି ସେ ନେଇ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ସିଏମସି କମିସନର, ମେୟରଙ୍କ ସମେତ ପ୍ରଶାସନିକ ଅଧିକାରୀ। ଗତ ଡିସେମ୍ବରରୁ ଆରମ୍ଭ ହୋଇଥିବା କାର୍ଯ୍ୟରେ ବର୍ତ୍ତମାନ ମନ୍ଦିର ପରିସରରେ ଥିବା ପୁରୁଣା ବିଲ୍ଡିଂର ଭଙ୍ଗା କାର୍ଯ୍ୟ ଚାଲିଛି। ଏଥିସହ ମନ୍ଦିର ସମ୍ମୁଖ ରାସ୍ତାକୁ କିଭଳି ଅଧିକ ଚଉଡା କରାଯିବ ତାହାର କାର୍ଯ୍ୟ ଚାଲିଛି। ତେବେ ଏହି ନିର୍ମାଣ କାର୍ଯ୍ୟକୁ କିଭଳି ଅଧିକ ତ୍ୱରିତ ବେଗରେ ହେବ ସେ ନେଇ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି।

ତେବେ ଆସନ୍ତା ନଭେମ୍ବର ସୁଦ୍ଧା ମା’ଙ୍କ ସୌନ୍ଦର୍ଯ୍ୟକରଣ କାମ ଶେଷ ହେବ ବୋଲି କହିଛନ୍ତି ସିଡିଏ ଅଧ୍ୟକ୍ଷ ଓ ଜିଲ୍ଲାପାଳ। ନୂଆ ରୂପ ପାଇବ ମା’ ଚଣ୍ଡୀଙ୍କ ମନ୍ଦିର। ମା’ଙ୍କ ମୂଳ ଆସ୍ଥାନ ଛାଡି ଦେଲେ ଆଉ ସବୁର କରାଯିବ ସୌନ୍ଦର୍ଯ୍ୟକରଣ। ମନ୍ଦିର ଭିତରେ ରହିବ ମାର୍କେଟ କମ୍ପ୍ଲେକ୍ସ ଯେଉଁଠି ଭକ୍ତମାନେ ଭୋଗ ଦୀପ ଏବଂ ପୂଜା ସାମଗ୍ରୀ ପାଇ ପାରିବେ। ଏଥିସହ ଭକ୍ତଙ୍କ ପାଇଁ ବିଶ୍ରାମଗାର ସହ ପୂଜକଙ୍କ ସ୍ବତନ୍ତ୍ର ଘର ନିର୍ମାଣ କରାଯିବ। ଏଥିସହ ମା’ଙ୍କ ମନ୍ଦିରରେ ରହିବ ଭକ୍ତଙ୍କ ପାଇ ପ୍ରସାଦ ସେବନ ପାଇ ଭୋଗ ମଣ୍ଡପ ଏବଂ ପୂଜାର୍ଚ୍ଚନା ପାଇଁ ରହିବ ହଲ। ତେବେ ଏହି ସବୁ କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ। ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣର କରାଯିବ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା ଯାହା ଦ୍ବାରା ମା’ଙ୍କ ମନ୍ଦିର ଅଧିକ ଆକର୍ଷଣୀୟ ହୋଇ ପାରିବ।

ସମ୍ବନ୍ଧିତ ଖବର