ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

କଟକ: କଳିଙ୍ଗ ଟିବି ସର୍ଭାଇଭର ନେଟୱାର୍କର ମିଳିତ ଉଦ୍ୟମରେ କଟକ ସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଚାଶରୁ ଅଧିକ ଛାତ୍ରୀ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ। ଦିଲ୍ଲୀ ରିଚ୍ ଅଫିସ ତରଫରୁ ଜିଲ୍ଲା ସଂଯୋଜିକା ଡକ୍ଟର ରୀତା ସାହୁ ଓ ଓଡ଼ିଶା ରାଜ୍ୟ ନେଟୱାର୍କ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିବେଶର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ଉପସ୍ଥିତ ରହି ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଦାୟିତ୍ୱବୋଧତା ବିଷୟରେ ଆଲୋଚନା କରିବା ସହିତ ଟିବି ରୋଗରେ ଛାତ୍ରୀମାନଙ୍କର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। କଳିଙ୍ଗ ଟିବି ସର୍ଭାଇଭର ନେଟୱାର୍କର ସଭ୍ୟାମାନେ ଟିବି ଚାମ୍ପିୟନ ଭାବରେ ସେମାନଙ୍କର ଭୂମିକା ବିଷୟରେ ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ ପାଇଁ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟାପିକା ପଦ୍ମଜା ଜଗତିଙ୍କ ସହଯୋଗରେ ସଭାପତି କଳିଙ୍ଗ କେଶରୀ ଜୟସିଂହ ଓ ସୁଜାତା ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର