ବାଙ୍କୀ: କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ପର୍ଶୁରାମପୁର ଗାଁ ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ପର୍ଶୁରାମପୁର ଗାଁର ବିନୋଦ ସାହୁ।
ସୂଚନା ଅନୁଯାୟୀ, ଆଜି ସକାଳେ ବିନୋଦ ସାହୁ ନିଜ ଘର ପାଇଁ ସଉଦା କିଣିବାକୁ ଗାଁ ଛକକୁ ଆସିଥିଲେ। ସେହି ସମୟରେ ଖଣ୍ଡପଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଟ୍ରକ ଚକାତଳେ ଫସିଯାଇଥିଲେ। ଏହାଫଳରେ ବିନୋଦ ସାହୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସତରେ ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ। ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ଖଣ୍ଡପଡ଼ା -କଳାପଥର ରାସ୍ତାକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅବରୋଧ କରିଥିଲେ। ତେବେ ଘଟଣା ସ୍ଥଳରେ ବୈଦେଶ୍ଵର ଥାନା ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିଥିଲା। ଏଣେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ
/sambad/media/post_attachments/wp-content/uploads/2022/11/Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)