କଟକ: କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରଠାରେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ଷ୍ଟୁଆର୍ଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକଙ୍କ ବୟସ ୨୩ ବର୍ଷ । ଗତ ରାତିରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କକୁ ଯାଇଥିଲେ।
ଜନ୍ମ ଦିନ ପାଳନ କରି ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରୁଥିବା ବେଳେ ପାର୍କ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରୁ ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହାଫଳରେ ଘଟଣାସ୍ଥଳରେ ଆଲୋକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ଉଦୟ ଗୁରୁତର ଭାବେ ଆହତ ହୋଇଥିଲେ।