ନରସିଂହପୁର : ନରସିଂହପୁର ଥାନା ଅନ୍ତର୍ଗତ ଘୋରାଡ଼ିଆ ଘାଟରେ ଗାଧୋଇବା ସମୟରେ ଆଜି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକଜଣକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଭାପୁର ଗ୍ରାମର ରବି ବେହେରା(୨୪) ବୋଲି ଜଣାପଡ଼ିଛି। ସେ ନିଜ ଭଉଣୀ ଘର ଘୋରାଡ଼ିଆ ଗ୍ରାମକୁ ଆସିଥିଲେ। ହୋଲି ଖେଳ ସାରି ପୂର୍ବାହ୍ନ ପ୍ରାୟ ୧୧ଟାରେ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ରବି ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହଠାତ୍ ପାଣି ସ୍ରୋତରେ ସେ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ନରସିଂହପୁରରୁ ଦମକଳବାହିନୀ ପହଞ୍ଚି ରବିଙ୍କୁ ଉଦ୍ଧାର କରିବା ସହ କୂଳକୁ ଆଣିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ହୋଲି ଦିନ ଏଭଳି ଅଘଟଣ ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ହୋଲି ଅଘଟଣ : ମହାନଦୀରେ ବୁଡ଼ିଗଲେ ଯୁବକ
/sambad/media/post_attachments/wp-content/uploads/2019/05/drown.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)