ମଧୁପାଟଣା ଜଗନ୍ନାଥ କଲୋନି ଅଞ୍ଚଳରୁ ଯୁବକ ନିଖୋଜ

କଟକ : ମଧୁପାଟଣା ଜଗନ୍ନାଥ କଲୋନୀ ଅଞ୍ଚଳରୁ ଜଣେ ଯୁବକ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ଦିନବନ୍ଧୁ ସାହୁ ଓ ପ୍ରମିଳା ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ (୨୭)। ଗତ ୧୦ ତାରିଖରୁ ସେ ଘରୁ କେଉଁଆଡେ ଚାଲିଯାଇଥିଲେ। ୧୨ ତାରିଖରେ ତାଙ୍କର ବିବାହ ହେବାକୁ ସ୍ଥିର ହୋଇଥିଲା। ହେଲେ କାହାକୁ କିଛି ନକହି ପ୍ରଦୀପ ଘରୁ ଚାଲିଯାଇଥିବା ମା’ ପ୍ରମିଳା ଥାନାରେ ଅଭିଯୋଗ କରିଛନ୍ତି। ଯିବାବେଳେ ନୀଳ ରଙ୍ଗର ଜିନ୍ସ ସାର୍ଟ, ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲା। ଉଚ୍ଚତା ୫ଫୁଟ ୮ଇଞ୍ଚ, ଗୌର ବର୍ଣ୍ଣ ବୋଲି ଦର୍ଶାଯାଇଛି। ତେଣୁ କେହି ତାଙ୍କ ସନ୍ଧାନ ପାଇଲେ ଥାନା ସହ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର