ସିଏମସି ଜାରି କଲା ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା

କଟକ: ମହାନଗର ନିଗମ ଅଞ୍ଚଳରେ ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ନୂଆବର୍ଷ ସ୍ବଗତ ପାଇଁ ଆୟୋଜନ କରାଯାଉଥିବା ଜିରୋ ନାଇଟ୍ ସେଲି‌େବ୍ରସନ୍‌ ପାଳନ କରାଯିବ ନାହିଁ। ସହରରେ ନୂତନ ବ‌ର୍ଷର ପୂର୍ବ ସଂଧ୍ୟାରେ ଆୟୋଜନ କରାଯାଉଥିବା ବିଭିନ୍ନ ଉତ୍ସବ ଉପରେ ଏଥର କଟକଣା ଲଗାଇଛି ସିଏମସି। କରୋନା ସଂକ୍ରମଣକୁ ଦେଖି ଏଥର ନିଗମ ପକ୍ଷରୁ ହୋଟେଲ, କ୍ଲବ୍‌, କଲ୍ୟାଣମଣ୍ଡପ, ସମ୍ମିଳନୀ କକ୍ଷରେ ନୂଆବର୍ଷ ସ୍ବାଗତ ପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜନ କରାଯାଉଥିବା ଉତ୍ସବକୁ ବାରଣ କରାଯାଇଛି। ଏହାସହ ସହରର ବିଭିନ୍ନ ଖୋଲା ସ୍ଥାନ କିମ୍ବା ଅନ୍ୟ କେଉଁଠାରେ ଅଧିକ ସଂଖ୍ୟାରେ ଲୋକେ ଏକାଠି ହୋଇ ଏହାକୁ ପାଳନ ନ କରିବାକୁ କୁହାଯାଇଛି।

ନିଗମ ବାସିନ୍ଦା, ସେମାନଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହିତ ଘର ଭିତରେ କୋଭିଡ କଟକଣା ମଧ୍ୟରେ ନୂତନ ବର୍ଷର ଉତ୍ସବକୁ ପାଳନ କରିବାକୁ ସିଏମସି ପକ୍ଷରୁ ଅନୁରୋଧ କରାଯାଇଛି। ଏଥିପାଇଁ ସିଏମସି ତରଫରୁ ୩୧ ତାରିଖ ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ଟି ସ୍କ୍ବାଡ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବ। ସ୍ଥାନୀୟ ପୁଲିସଙ୍କୁ ମଧ୍ୟ ଏଥିରେ ସହଯୋଗ କରିବାକୁ ସିଏମସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର