କଟକ: କଟକ ଜିଲ୍ଲା ମଙ୍ଗୁଳି ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଜବତ  ହୋଇଛି। ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ କର୍ଣ୍ଣାଟକ ଚାଲାଣ ବେଳେ ୩୫୧ଟି ବିରଳ କଇଁଛ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା। ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ ରାକେଟ୍ କାମ କରୁଛି କି ନାହିଁ ତାର ତଦନ୍ତ ଚାଲିଛି। ଗିରଫ ୩ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ।

Advertisment