ଯାଜପୁର: ବୀରଭୂମି ପଡିଆରେ ଏଣେତେଣେ ହୋଇ ପଡିଛି କଳିଙ୍ଗନଗର ଗୁଳିକାଣ୍ଡ ମୃତକଙ୍କ କଟା ପାପୁଲି

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଆମ୍ବଗାଡ଼ିଆସ୍ଥିତ ସହିଦ ସ୍ତମ୍ଭ ବୀରଭୂମି ପଡିଆରେ ଚାରିଆଡେ କଟାହାତପାପୁଲି ଫିଙ୍ଗାଯିବା ନେଇ ରବିବାର ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ବିଳମ୍ବିତ ରାତିରେ ଜଉମୁଦ ବକ୍ସ ଖୋଲି କେହି ବିରୋଧୀ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ୨୦୦୬ ଜାନୁଆରୀ ୨ ତାରିଖ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଶବ ବ୍ୟବଚ୍ଛେଦ ସମୟରେ ମୃତକଙ୍କ ହାତ ପାପୁଲି କଟାଯାଇଥିଲା ବୋଲି ସୂଚନା ମିଳିିଥିଲା। କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ପ୍ରାଣ ହରାଇଥିବା ଆଦିବାସୀଙ୍କର ବୋଲି ଜଣାପଡ଼ିଛି। ଟାଟା ଷ୍ଟିଲକୁ ବିରୋଧ କରି ଆଦିବାସୀମାନେ ଆନ୍ଦୋଳନ କରୁଥିବା ବେଳେ ୨୦୦୬ ଜାନୁଆରୀ ୨ ତାରିଖରେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ଘଟିଥିଲା। ପୁଲିସ୍‌ ଗୁଳିରେ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ହାତ ପାପୁଲି କାଟି ନିଆଯାଇଥିଲା। ପରେ ପାପୁଲିଗୁଡ଼ିକୁ ପୁଲିସ୍‌ ପରିବାରକୁ ଫେରାଇ ଥିଲା। ତେବେ ସେସବୁ ପାପୁଲିର ଡିଏନ୍‌ଏ ଟେଷ୍ଟ ଦାବି କରିଥିଲେ ପରିବାର। ପାପୁଲିଗୁଡ଼ିକୁ ପରିବାର ଲୋକେ ଗ୍ରହଣ ନକରିବାରୁ ନିକଟ କ୍ଲକ୍‌ ଘରେ ରଖାଯାଇଥିଲା। କେମିକାଲ ଦିଆଯାଇ ଏକ ବାକ୍ସରେ ପାପୁଲିକୁ ରଖା ଯାଇଥିଲା। ।ପୁଲିଗୁଡିକର ଡିଏନଏ ଟେଷ୍ଟ ପାଇଁ ଦାବି କରିଆସିଥିଲା ବିସ୍ଥାପନ ବିରୋଧୀ ଜନମଞ୍ଚ। ଆଜି ସକାଳେ ଗୋଟିଏ କି ଦୁଇଟି ନୁହେଁ ଏଣେତେଣ ହୋଇ ୧୦ରୁ ଅଧିକ ପାପୁଲିଗୁଡିକ ପଡିଥିବା ଦେଖିବାକୁ ମିଳିଥିଲା। ପାପୁଲି ଫିଙ୍ଗାଯିବା ପରେ ବୀରଭୂମି ପଡିଆରେ ଏକାଠି ହୋଇଛନ୍ତି ବିରୋଧୀ ।

ସମ୍ବନ୍ଧିତ ଖବର