ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ିର ଜଣେ ଯୁବତୀ ସାଇବର୍ ଠକେଇରେ ପଡ଼ିଛନ୍ତି। ସାଇବର୍ ଠକମାନେ ଅତି ଚତୁରତାର ସହ ତାଙ୍କ ଆକାଉଣ୍ଟରୁ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଯୁବତୀଙ୍କ ନାମ ଚିତ୍ରୋତ୍ପଳା ଦେହୁରୀ। ସୋମବାର ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ତାଙ୍କୁ କିଛି ଆକର୍ଷଣୀୟ ଉପହାର ଦେବାକୁ କହି ଆପ୍ ଡାଉନଲୋଡ୍ କରିବାକୁ କହିଥିଲା। ଯୁବତୀ ଜଣକ ତା’ କହିବା ଅନୁସାରେ ଆପ୍ ଡାଉନଲୋଡ୍ କରି କିଛି ତଥ୍ୟ ପଠାଇଥିଲେ। ଏହାର କିଛି ମୁହୂର୍ତ୍ତ ପରେ ଚିତ୍ରୋତ୍ପଳାଙ୍କ ଆକାଉଣ୍ଟରୁ ୫୨ ହଜାର ଟଙ୍କା ଉଠା ଯାଇଥିବା ମୋବାଇଲକୁ ସୂଚନା ଆସିଥିଲା। ଯୁବତୀ ତୁରନ୍ତ ସେ ମୋବାଇଲକୁ ଡାଏଲ୍ କରିଥିଲେ, କିନ୍ତୁ ତାହା ସୁଇଚ୍ ଅଫ୍ ଓ ପରବର୍ତ୍ତୀ ସମୟରେ ଅବୈଧ ସୂଚନା ଦେଇଥିଲା। ଏହା ପରେ ସେ ସାଇବର୍ ଠକେଇରେ ପଡ଼ିଥିବା ଜାଣି ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନଥାନା ପୁଲିସ ଏକ ଷ୍ଟେସନ ଡାଏରି କରି ଅଭିଯୋଗକୁ ସାଇବର୍ ସେଲ୍କୁ ପଠାଇ ଦେଇଥିବା ଓ ସେଲ୍ ତାର ଯାଞ୍ଚ କରି ଦେଇଥିବା ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ କହିଛନ୍ତି।
ସାଇବର୍ ଠକେଇ, ଯୁବତୀଙ୍କ ଆକାଉଣ୍ଟରୁ ନେଇଗଲେ ୫୨ ହଜାର
/sambad/media/post_attachments/wp-content/uploads/2021/05/cyber-crime-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)