ରାଉରକେଲା: ପୁଣି ଏକ ସାଇବର ଠକର ଶିକାର ହୋଇଛନ୍ତି ବାସନ୍ତୀ କଲୋନିର ଜଣେ ବ୍ୟବସାୟୀ। ଆର୍ଥ ପ୍ରେସ୍ ମେସିନ୍ ଦେବା ନାଁରେ ତାଙ୍କ ଠାରୁ ୪୧ ହଜାର ୩୦୦ ଟଙ୍କା ଠକି ନେଇଛି। ବ୍ୟବସାୟୀଙ୍କ ଲିଖିତ ଏତଲା ଆଧାରରେ ଉଦିତନଗର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବାସନ୍ତୀକଲୋନିର ରହନ୍ତି ହରିଶ ଅଗ୍ରୱାଲ। ସେ ଆର୍ଥ ପ୍ରେସ୍ ମେସିନ୍ କିଣିବାକୁ ଇଣ୍ଡିଆ ମାର୍ଟ ସାଇଟ୍ ସର୍ଚ୍ଚ କରିଥିଲେ। କିଛି ସମୟରେ ତାଙ୍କୁ ଏକ ଅଜଣା କଲ୍ ଆସିଥିଲା।
କଲ୍ କରିଥିବା ତଥାକଥିତ ଯୁବକ ଜଣକ ନିଜକୁ ଇଣ୍ଡିଆମାର୍ଟର ଅଧିକାରୀ ପରିଚୟ ହରିଶଙ୍କ ସହ ମେସିନ୍ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ବିଶ୍ବାସ ଜନ୍ମାଇବାକୁ ହରିଶଙ୍କୁ ଜିଏସ୍ଟି ସାର୍ଟିଫିକେଟ୍ ମାଗିଥିଲେ। ହରିଶ ତଥାକଥିତ ଅଧିକାରୀ ୱାଟ୍ସଆପ୍ ନମ୍ବରରେ ତାଙ୍କର ଜିଏସ୍ଟି ସାର୍ଟିଫିକେଟ୍ ପଠାଇଥିଲେ। ପରେ ଅଧିକାରୀ ଜଣକ ମେସିନ୍ ପାଇଁ ଅଗ୍ରିମ ୪୧ ହଜାର ୩୦୦ ଟଙ୍କା ମାଗିଥିଲେ। ତଥାକଥିତ ଅଧିକାରୀ କଥା ଅନୁଯାୟୀ ହରିଶ ୪୧ ହଜାର ୩୦୦ ଟଙ୍କା ଏନ୍ଇଏଫ୍ଟି କରି ଦେଇଥିଲେ। ପରେ ତଥାକଥିତ ଅଧିକାରୀକୁ ମେସିନ୍ ପଠାଇବାକୁ କଲ୍ କରିଥିଲେ। ମାତ୍ର ସେ କଲ୍ ଆଦୌ ଉଠାଇ ନଥିଲେ। ସନ୍ଦେହ ହେବାରୁ ହରିଶ ଆଜି ଉଦିତନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/cyber-crime-Complete-Controller-1-1030x687-1.jpg)