ନୂଆପଡ଼ା: ନୂଆପଡା ଜିିଲ୍ଲା ଖରିଆରରୋଡ ଜୋଙ୍କ ପୁଲିସ ମଙ୍ଗଳବାର ସାଇବର କ୍ରାଇମ ଅଭିଯୋଗରେ ଦିଲ୍ଲୀ ପବ୍ଲିକ ସ୍କୁଲର ଏମ୍ଡି ପ୍ରେମ ଅଗ୍ରଓ୍ଵାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି।
ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ଅଗ୍ରଓ୍ଵାଲ ଫେସବୁକରେ ଆଶାଳୀନ ମନ୍ତବ୍ୟ ଦେଇଥିଲେ। ଏ ନେଇ ଗତ ୨୦୧୭ ଏପ୍ରିଲ ୨୧ ଖରିଆରୋଡ ଜୋଙ୍କ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ଜୋଙ୍କ ଥାନା ପୁଲିସ ମାମଲା ରୁଜୁ କରି ସାଇବର କ୍ରାଇମ ବିଭାଗକୁ ତଦନ୍ତ ପାଇଁ ହସ୍ତାନ୍ତର କରିଥିଲା। ସାଇବର କ୍ରାଇମର ରିପୋର୍ଟ ପରେ ଏସ୍ପି ସ୍ମିତ ପି. ପରମାରଙ୍କ ନିର୍ଦ୍ଦେଶ କ୍ରମେ ଖରିଆରୋଡ ଜୋଙ୍କ ପୁଲିସ ଦିଲ୍ଲୀ ପବ୍ଳିକ ସ୍କୁଲର ନିର୍ଦ୍ଦେଶକ ଶ୍ରୀ ଅଗ୍ରଓ୍ଵାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସାଇବର କ୍ରାଇମ: ଡିପିଏସ୍ ସ୍କୁଲ ଏମ୍ଡି ଗିରଫ
/sambad/media/post_attachments/wp-content/uploads/2017/12/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)