ସମ୍ବଲପୁର: ମାତିଛନ୍ତି ସାଇବର୍ ଅପରାଧୀ। ବିଭିନ୍ନ ବାହାନା ଦେଖାଇ ସାଇବର୍ ଲୁଟେରା ଲୋକଙ୍କୁ ଲୁଟି ଚାଲିଥିବା ସମୟରେ ଏବେ ପୁଣି ନୂଆ ତରିକା ଆପଣାଇଛନ୍ତି ଅପରାଧୀ। ଏବେ ଟାର୍ଗେଟ୍ରେ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ରହିଛନ୍ତି। ଛାତ୍ରଛାତ୍ରୀଙ୍କୁ ମାଗଣା ଲାପ୍ଟପ୍ ଦେବାର ଲୋଭ ଦେଖାଇ କ୍ଷଣକେ ମୋବାଇଲ୍ରୁ ତଥ୍ୟ ଗାଏବ୍ କରୁଦେଉଛନ୍ତି ସାଇବର ଲୁଟେରା। ତେବେ ଭାଇରାଲ୍ ହେଉଥିବା ଏହି ମେସେଜ୍କୁ ପିଆଇବି ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ଆରମ୍ଭ ହୋଇନଥିବା ସ୍ପଷ୍ଟ କରାଯାଇଛି। ତେବେ ଏଭଳି ଭାଇରାଲ୍ ମେସେଜ୍ରେ ପ୍ରଲୋଭିତ ନହେବା ପାଇଁ ମଧ୍ୟ ପିଆଇବି ପକ୍ଷରୁ ଅନୁରୋଧ କରାଯାଇଛି।
ଗତ କିଛି ଦିନ ହେବ କଲେଜ ଛାତ୍ରଛାତ୍ରୀଙ୍କ ମୋବାଇଲ୍କୁ ଏକ ଟେକ୍ସଟ ମେସେଜ୍ ଯାଉଛି, ଯେଉଁଥିରେ ସରକାରଙ୍କ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପ୍ଟପ୍ ବଣ୍ଟନ ହେଉଥିବା ନେଇ କୁହାଯାଇଛି। ତେବେ ଏହି ଲାପ୍ଟପ୍ ପାଇବାକୁ ହେଲେ ଜିଓଭି-ଲାପ୍ଟପ୍ ନାମକ ଏକ ଆପ୍ରେ ପଞ୍ଜିକରଣ କରିବାକୁ ମଧ୍ୟ ପ୍ରଲୋଭିତ କରାଯାଉଛି। ଏହାସହିତ ଆପ୍ରେ ପଞ୍ଜିକରଣ ପାଇଁ ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀ ପ୍ରଲୋଭିତ ହୋଇ ଏହି ଲିଙ୍କ୍ରେ ପଞ୍ଜିକରଣ ମଧ୍ୟ କରିଦେଉଥିବା ଅଭିଯୋଗ ହୋଇଛି। ତେବେ ମେସେଜ୍ ଆସୁଥିବା ଲିଙ୍କ୍ ନକଲି ହୋଇଥିବା ସମୟରେ ୱେବସାଇଟ୍ଟି ମଧ୍ୟ ନକଲି ବୋଲି ଜଣାପଡ଼ିଛି। କେତେବେଳେ ପେ-ଟିମ୍ ତ ଆଉ କେତେବେଳେ କେବିସି ନାଁରେ ଠକେଇ କରି ସାଇବର୍ ଅପରାଧୀ କୋଟି କୋଟି ଟଙ୍କା ଲୁଟି ନେଉଥିବା ସମୟରେ ଏବେ ଲାପ୍ଟପ୍ ଲୋଭ ଅପରାଧୀଙ୍କ ନୂଆ କୌଶଳ ପାଲଟିଛି।
ମାତିଛନ୍ତି ସାଇବର୍ ଅପରାଧୀ, ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ମାଗଣା ଲାପ୍ଟପ୍ ଲୋଭ
/sambad/media/post_attachments/wp-content/uploads/2020/12/cybercriminals-convicted-malware-fraud-legal.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)