ପୁଣି ଏକ ବଡ଼ ସାଇବର ଠକେଇ : ଡାକ୍ତରଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ

କଟକ: ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇଲେ ସାଇବର ଠକ। ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଇବର ଠକାମିର ଶିକାର ହୋଇଥିବା ଡାକ୍ତର ଜଣକ ହେଉଛନ୍ତି ସନାତନ ମହାନ୍ତି ।

ମିଳିଥିବା ସୂଚନା ମୁତାବକ, ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ କରିଥିଲା ସାଇବର ଠକ। ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚାର୍ଜ ନ କଲେ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲା। ଏହାକୁ ବିଶ୍ବାସ କରି ଯାଇଥିଲେ ଡା.ମହାନ୍ତି।

ଏହାପରେ ଭୟରେ ସନାତନ ମହାନ୍ତି ଗୁଗୁଲ ପ୍ଲେ ଷ୍ଟୋରରୁ ଏକ ଆପ ଡାଉନଲୋଡ କରିବା ସହ ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ତା’ପରେ କିଛି ସମୟ ଭିତରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ କଟି ଚାଲିଲା ଟଙ୍କା । ଏହି ଭଳି ଭାବେ ୭୭ ଲକ୍ଷ ଟଙ୍କା ଉଭାନ୍ ହୋଇଗଲା।  ଠକେଇର ଶିକାର ହେବା ପରେ ଏବେ ଡାକ୍ତର ତାଙ୍କ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର