ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗାନ୍ଧୀନଗରରେ ରହୁଥିବା ଜଣେ ଯୁବତୀ ସାଇବର ଠକେଇର ଶିକାର ହୋଇଛନ୍ତି। ଯୁବତୀ ଜଣକ ହେଲେ ନିତା ଛତର। ତାଙ୍କଠାରୁ ଠକମାନେ ଲକ୍ଷେ ୬୯ ହଜାର ଟଙ୍କା ଲୁଟି ନେଇଛନ୍ତି। ୩୫ ଲକ୍ଷ ଟଙ୍କା ପାଇବା ଆଶାରେ ସେ ଏପରି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଏ ନେଇ ସେ ମଙ୍ଗଳବାର ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ତାଙ୍କ ନିକଟରକୁ ଏକ ଫୋନ୍ କଲ ଆସିଥିଲା। ସେ ୩୫ ଲକ୍ଷ ଟଙ୍କାର ଲାଟେରି ଜିତିଥିବା ସେପଟରୁ ଜଣେ ହିନ୍ଦୀରେ କହିଥିଲା। ସେଥିପାଇଁ ସେ ଏକ ହ୍ବାଟ୍ସଆପ୍ ନମ୍ବରରେ କଥା ହେବାକୁ କହିଥିଲା। ନିତା କଥା ହେବା ପରେ ଫ୍ରଥମେ ଇନ୍ସୁରାନ୍ସ ଓ ଆନୁଷଙ୍ଗିକ କାଗଜପତ୍ର ପାଇଁ ଟଙ୍କା ମାଗିଥିଲେ। ସେହି ଟଙ୍କା ଶେଷରେ ତାଙ୍କୁ ମିଳିଯିବ ବୋଲି କୁହାଯାଇଥିଲା। ନିତା ତାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ପ୍ରଥମେ ୧୮ ହଜାର ଟଙ୍କା ଦେଇଥିଲେ। ପରେ ୩୫ ହଜାର, ୩୬ ହଜାର, ୪୦ ହଜାର, ୪୦ ହଜାର ଟଙ୍କା ୨୪ ଓ ୨୫ ତାରିଖରେ ଫୋନ୍ ପେରେ ଦେଇଥିଲେ। ଶେଷରେ ସେମାନେ ୧୦ ଲକ୍ଷର ଏକ ଚେକ୍ ହୋଇଯାଇଥିବା କହି ଯେଉଁ ଫୋନ ନମ୍ବର୍ରେ ଫୋନ୍ ପେ୍ କରିଥିଲେ ତାର ସିମ୍ କାର୍ଡ ମାଗିଥିଲେ। ସେ କାର୍ଡ ନଥିବା କହିବାରୁ ୫୦ ହଜାର ଟଙ୍କା ମାଗିଥିଲେ। ଜଣେ ଦୁବାଇ ଯାଇ ସିମ୍ କାର୍ଡ ଆଣିବାର ଖର୍ଚ୍ଚ ଦରକାର ବୋଲି କହିଥିଲେ। ଏମାନେ ଘର ବନ୍ଧା ରଖି ୧.୬୯ ଲକ୍ଷ ଟଙ୍କା ପଠାଇଥିବା କହିବା ପରେ ସେମାନେ କିଛି ଶୁଣି ନଥିଲେ। ସିମ୍ କାର୍ଡ ଆସିଲେ ସଙ୍ଗେ ସଙ୍ଗେ ୩୫ ଲକ୍ଷ ଟଙ୍କା ସେହି ଆକାଉଣ୍ଟରେ ପଡ଼ିଯିବ ବୋଲି ଠକ ଜଣକ କହିଥିଲା। ଏହାପରେ ସେମାନଙ୍କ ସହିତ ଆଉ ଯୋଗାଯୋଗ ହୋଇ ନଥିବା ନିତା କହିଛନ୍ତି। ଏହି ଟଙ୍କା ତାଙ୍କ ମା’ଙ୍କ କଷ୍ଟ ଉପାର୍ଜିତ ଟଙ୍କା। ସେମାନେ ଶ୍ରମିକ ଶ୍ରେଣୀର। ଏପରି ସାଇବର୍ ଠକେଇର ଶିକାର ହେବା ପରେ ମା’ ଝିଅ ସଂପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିବା କହିଛନ୍ତି। ତୁରନ୍ତ ତାଙ୍କୁ ନ୍ୟାୟ ଦେବାକୁ ସେମାନେ ଗୁହାରି କରିଛନ୍ତି।
ସାଇବର ଠକେଇର ଶିକାର ହେଲେ ଯୁବତୀ, ୫ ଥରରେ ୧ ଲକ୍ଷ ୬୯ ହଜାର ଟଙ୍କା ଚଳୁ
/sambad/media/post_attachments/wp-content/uploads/2021/03/WhatsApp-Image-2021-03-02-at-22.04.57.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)