ଜୟପୁର : ଗୋଟିଏ ପଟେ ସମଗ୍ର ବିଶ୍ବ ମହାମାରୀରୁ ମୁକୁଳିବା ପାଇଁ ଲଢ଼େଇ ଜାରୀ ରଖିଛି। ଏଭଳି ଘଡ଼ିସନ୍ଧି ସମୟରେ କିଛି ଠକ୍ ଓ ହ୍ୟାକର ଗୋଷ୍ଠୀ ଏବେ ଲୋକଙ୍କୁ ଲୁଟ୍ କରିବା ପ୍ରକ୍ରିୟା ଜୋର କରିଛନ୍ତି। କିଛି ଠକ ଫୋନ କରି କିମ୍ବା ମେସେଜ୍ ଦେଇ ସିମର ଅବଧି ଶେଷ ହୋଇଥିବା ଏବଂ କେୱାଇସିର ଯାଂଚ ଚାଳିଥିବା ସଂପର୍କରେ ଲୋକଙ୍କୁ କହୁଛନ୍ତି। ଏପରିକି ଏହି ଠକ୍ ମାନେ ଯେଉଁ ନମ୍ବରରେ କଲ୍ କରୁଛନ୍ତି ସେହି ନମ୍ବରକୁ ଟ୍ରୁକଲରରେ ଯାଂଚ କଲେ ବିଏସଏନଏଲ୍ କେୱାଇସି ଯାଂଚ ବୋଲି ବି ଦର୍ଶାଉଛି। ସିମ୍ର ଯାଂଚ ନାଁରେ ଠକ ମାନେ ଯେଭଳି କହୁଛନ୍ତି ଲୋକେ ନିଜ ମୋବାଇଲରେ ସେମାନେ କହୁଥିବା ଆପକୁ ଡାଉନଲୋଡ୍ କରୁଛନ୍ତି। ଡାଉନଲୋଡ କରି ଏହାକୁ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରୁ ୫୨ହଜାର ଟଙ୍କା ଗାଏବ ହୋଇଯାଇଥିବା କହିଛନ୍ତି ସୁମନ୍ତ ପାଣିଗ୍ରାହୀ। ସେ ଏ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ସେଭଳି ଆଉ ଏକ ଠକଦଳ ଫେସବୁକକୁ ହ୍ୟାକ୍ କରି ପରିବାରର ଫୋଟକୁ ଡାଉନଲୋଡ କରି ନୂଆ ଫ୍ୟାସବୁକ୍ ଆକାଉଣ୍ଟ ଖୋଲି ମେସେଂଜରରେ ଟଙ୍କା ମାଗୁଥିବା ବି ଦେଖିବାକୁ ମିଳିଛି। ଏଭଳି ବହୁ ପ୍ରଶାସନିକ ଅଧିକାରୀ, ଆଇନଜୀବୀ ସମାଜର ସମ୍ମାନସ୍ପଦ ବ୍ୟକ୍ତିଙ୍କର ବି ହୋଇଛି। ଏହାରି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ଡ.ବିକେ ମହାପାତ୍ରଙ୍କର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା। ତାଙ୍କ ମେସଂଜର ଆକାଉଣ୍ଟରୁ ୧୫ହଜାର ଟଙ୍କାର ସହାୟତା ଦେବାକୁ ବି ମେସେଜ୍ ଆସିଥିଲା। ସେ ଏହା ଜାଣି ପାରି ତୁରନ୍ତୁ ଫେସବୁକକୁ ଏହି ଆଇଡିକୁ ବ୍ଲକ୍ କରିବାକୁ ଅନୁରୋଧ କରି ଜଣାଇବା ପରେ ଏହାକୁ ବନ୍ଦ କରାଯାଇଥିଲା। ସେ ଏ ନେଇ ପୁଲିସକୁ ବି ଅବଗତ କରିଥିଲେ। ଗତ କିଛି ଦିନ ତଳେ ବି ଆଇନଜୀବୀ ଏମ୍ ମୁତ୍ୟାଲୁରାଓଙ୍କ ପରିବାର ଫଟୋଚିତ୍ରକୁ ଅଫଲୋଡ୍ କରି ସେଭଳି କରାଯାଇଥିଲା। ଏହା ନିୟମିତ ଭାବେ ଗତ କିଛି ଦିନ ହେବ ଜାରୀ ରହିଛି। କିଛି ପ୍ରଶାସନ ଅଧିକାରୀ, ବ୍ୟବସାୟୀ, ଆଇନଜୀବୀ, ଡାକ୍ତର ଆଦିଙ୍କ ପେସବୁକ ହ୍ୟାକ୍ ହେବା ଏବଂ ଏଭଳି ସମସ୍ୟାରେ ପଡ଼ୁଥିଲେ ହେଁ ଲୋକଲଜ୍ଜା ଭୟରେ କହୁ ନାହାନ୍ତି। ପୁଲିସ ପ୍ରଶାସନ ଏଦିଗରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି ଠକ ଦଳକୁ ଧରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ସିମ୍ ଯାଂଚ ଓ ଫେସବୁକ ଆଇଡ଼ି ହ୍ୟାକ୍ ମାମଲା ବଢ଼ିଲା
/sambad/media/post_attachments/wp-content/uploads/2019/12/Cyber-crime.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)