ରାଜନଗର ବଜାରରେ ନିଆଁ ଲାଗି ୫ ଲକ୍ଷ ଟଙ୍କା ମୂଲ୍ୟର ସାଇକେଲ ପାର୍ଟସ ଜଳିଗଲା

ରାଜନଗର: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାର ଉପରେ ଥିବା ଏକ ଡଷ୍ଟବିନ୍‌ର ଅଳିଆ ଗଦାରେ ଲାଗିଥିବା ନିଆଁ ନିକଟରେ ଥିବା ଏକ ସାଇକେଲ ଗୋଦାମକୁ ବ୍ୟାପୀ ଯିବାରୁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଧ୍ୱ ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ହାଟପାଳିରେ ଜମା ହୋଇଥିବା ଅଳିଆକୁ ଏକାଠି କରି ନିଆଁ ଲଗାଯାଇଥିିବା ବେଳେ ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏହି ନିଆଁ ନିକଟରେ ଥିବା ସତ୍ୟମୋହନ ମହାପାତ୍ରଙ୍କ ସାଇକେଲ ଗୋଦାମକୁ ବ୍ୟାପୀଥିଲା। ଫଳରେ ସାଇକେଲ ପାର୍ଟ୍‌ସ ଓ ଅନ୍ୟାନ୍ୟ ସାମଗ୍ରୀ ହୁତୁହୁତୁ ହୋଇ ଜଳି ଉଠିଥିଲା। ପରେ ଏହି ନିଆଁ ଅନ୍ୟ ଏକ ଦୋକୋନକୁ ମାଡ଼ୁଥିବା ବେଳେ ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିଥିବା ସ୍ଥାନରେ ପାଣିର ଅଭାବ ଥିବାରୁ ନିଆଁକୁ ଆୟତ କରିବା ବିଳମ୍ବ ହୋଇଥିିଲା।

ସମ୍ବନ୍ଧିତ ଖବର