ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ଆଜି ଏକ ଟାଟା ଏସିଇ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଢଳ ଗ୍ରାମର ପ୍ରମୋଦ ସାହୁ (୪୫) ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ୪୯ନଂ ଜାତୀୟ ରାଜପଥର ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ବାରକୋଟ ପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ଟାଟା ଏସିଇ ଗାଡ଼ି (ଓଡି-୧୭-ଡି-୧୪୧୬) ପ୍ରମୋଦଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରମୋଦ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ପ୍ରମୋଦକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଟାଟା ଏସିଇ ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ
/sambad/media/post_attachments/wp-content/uploads/2021/05/9557ce57-760b-4454-948a-8faad5c1106e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)