ପରିବେଶ ସୁରକ୍ଷା, ପେଟ୍ରୋଲ୍ ସଞ୍ଚୟ ପାଇଁ ସଚେତନତା: ୩ ସାଇକେଲ୍ ଆରୋହୀଙ୍କ ପୁରୀ ଯାତ୍ରା

ରାୟଗଡ଼ା: ପରିବେଶ ସୁରକ୍ଷା, ପେଟ୍ରୋଲ୍ ସଞ୍ଚୟ ଓ ସାଇକେଲିଂ କରି ଶରୀରକୁ ସୁସ୍ଥ ରଖିବା ସଚେତନତାର ବାର୍ତ୍ତା ନେଇ ସାଇକେଲ୍ ଯୋଗେ ପୁରୀ ଯାତ୍ରାରେ ବାହାରିଛନ୍ତି ୩ ଆରୋହୀ। ରାୟଗଡ଼ା ଜଗନ୍ନାଥ ମନ୍ଦିରରୁ ବାହାରିଥିବା ସାଇକେଲ୍ ଯାତ୍ରା ପୁରୀରେ ପହଞ୍ଚିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣି ସାଇକେଲ୍ ଯୋଗେ ରାୟଗଡ଼ା ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ୩ ଆରୋହୀ। ଯାନବାହନର ଅତ୍ୟଧିକ ଚଳ ପ୍ରଚଳ ଯୋଗୁ ପରିବେଶ ଦୂଷିତ ହେବା ସହ ତେଲ ସଙ୍କଟ ଦେଖା ଦେଲାଣି। ଅତି ଦରକାର ନ ହେଲେ ଗାଡ଼ି ବଦଳରେ ସାଇକେଲ୍ ବ୍ୟବହାର କରି ପରିବେଶ ପ୍ରଦୂଷଣ ରୋକିବା ସହ ଶରୀରକୁ ସୁସ୍ଥ ରଖିବାକୁ ସଚେତନତା କରିଛନ୍ତି ରାୟଗଡ଼ା ସହରର ୩ ଯୁବକ ସନ୍ତୋଷ କୁମାର, ନାଗେଶ ଓ ଗୌରବ।

 

ସମ୍ବନ୍ଧିତ ଖବର