ବୁଲବୁଲ ଛାଡ଼ି ଯାଇଥିବା କ୍ଷତ ଏଯାଏଁ ପୂରି ନାହିଁ; ଦୁଇ ବାପ ଛେଉଣ୍ଡ ପୁଅକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି କୁସୁମ

କେନ୍ଦ୍ରାପଡା: ବାତ୍ୟା ବୁଲବୁଲ ଓଡ଼ିଶାର ଅତି ନିକଟରୁ ଚାଲି ଯାଇଥିଲେ ମଧ୍ୟ ଅନେକ ପରିବାରର ସ୍ୱପ୍ନକୁ ଭାଙ୍ଗି ଦେଇ ଯାଇଛି। ବାତ୍ୟା ଚାଲିଯିବାର ୮ ଦିନ ବିତିଯାଇଛି ସତ, କିନ୍ତୁ ଛାଡି ଯାଇଥିବା କ୍ଷତ ଏଯାଏଁ ପୂରି ନାହିଁ। କିଏ ବାସହରା ହୋଇଛି ତ ପୁଣି କାହାର ଜୀବନ ଯାକର ପୁଞ୍ଜିକୁ ଉଡାଇ ନେଇଛି ବାତ୍ୟା ।

ଆଉ ବାତ୍ୟା ପ୍ରଭାବିତ ସେହି ଶହ ଶହ ଲୋକଙ୍କ ମଧ୍ୟରୁ କେନ୍ଦ୍ରାପଡା ରାଜନଗରର କୁଶୁମ ସେଠୀ ଜଣେ । ବାତ୍ୟା ଚାଲିଯାଇଥିଲେ ହେଁ ଦୁଇ ବାପ ଛେଉଣ୍ଡ ପୁଅଙ୍କୁ ଧରି କେମିତି ବଞ୍ଚିବ ସେକଥା ଭାବି ଭାବି ବାହୁନି ବାହୁନି କାନ୍ଦୁଛି କୁସୁମ ।

କୁସୁମ ବାତ୍ୟା ରାତିରେ ନିଜର ପିଲାଙ୍କୁ ଧରି ଘରେ ଶୋଇଥିବାବେଳେ ପବନରେ ଘରର କାନ୍ଥ ଗଳିପଡିଲା ଥିଲା। ଜୀବନ ବଞ୍ଚାଇ ରାତି ଅଧରେ ପଡିଶା ଘରକୁ ନିଜର ପିଲାଙ୍କୁ ଧରି ଚାଲିଯାଇଥିଲେ କୁସୁମ । ଜୀବନ ସିନା ବଞ୍ଚିଯାଇଥିଲା କିନ୍ତୁ ସବୁଦିନ ପାଇଁ ସେମାନଙ୍କୁ ବାସହରା କରିଦେଲା ବାତ୍ୟା ବୁଲବୁଲ । ସ୍ୱପ୍ନର ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କ ପାଖରେ ଆହା ପଦେ କହିବାକୁ କେହି ନଥିଲେ ।

ଆଉ ଏସବୁ ଭିତରେ ବାପଛେଉଣ୍ଡ ଦୁଇ ପିଲାଙ୍କୁ ଗଣ୍ଡିଏ ଖାଇବା ଦେବା ଯେପରି ଏବେ କୁସୁମଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି। ଏସବୁ ଭିତରେ କେନ୍ଦ୍ରୀୟ ଟିମ୍‌ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି ।

ସମ୍ବନ୍ଧିତ ଖବର