କଟକ: ବାତ୍ୟା ଫନିରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଘର ଉଜୁଡି ଯାଇଛି । ସାମୂଦ୍ରିକ ଝଡ଼ ଫନି ପ୍ରକାଶ ରାଓଙ୍କ ଘରର ଛାତ ଉଡାଇ ନେଇଛି । ତେବେ ଗତ ୩ ତାରିଖରେ ବାତ୍ୟା ଫନି କଟକରେ ପ୍ରଳୟ କରିବା ସମୟରେ ପ୍ରକାଶ ରାଓ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବୁଧାବି ଯାଇଥିଲେ। ସେହି ସମୟରେ ଘରେ ଏକାକି ଥିଲେ ତାଙ୍କ ପତ୍ନୀ ।
/sambad/media/post_attachments/wp-content/uploads/2019/05/download-1-14.jpg)
ବାତ୍ୟା ଫନ ପ୍ରଭାବରେ ପ୍ରକାଶ ରାଓଙ୍କ ଘର ବିଶେଷ କ୍ଷତିଗ୍ରସ୍ତ ହୋଇ ପଡିଛି। ତେବେ ବାତ୍ୟାର ୧୫ ଦିନ ପରେ ବି ତାଙ୍କ ପାଖରେ ପ୍ରଶାସନ ପହଞ୍ଚି ନାହିଁ କି କୌଣସି ସହାୟତା ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ ପରେ ସରକାରୀ ବ୍ୟବସ୍ଥା ଭିତରେ ସହାୟତା କରାଯିବ। କଟକରେ ଚା ଦୋକାନ କରି ମାଗଣାରେ ପିଲାଙ୍କୁ ପାଠ ପଢାଉଥିବା ପ୍ରକାଶ ରାଓଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।