ଭଞ୍ଜନଗର: ବର୍ଷ ସାରା ହାଡ ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଫଳାଇଥିଲା। ବର୍ତ୍ତମାନ ଆସନ୍ନ ବାତ୍ୟର ସୂଚନା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି। ଆସନ୍ତା ୪ ତାରିଖରେ ଏହା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ୩ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାରୁ ଏହି ସାମ୍ଭାବ୍ୟ ବାତ୍ୟାରେ ଧନ ଜୀବନ ଅପେକ୍ଷା ଧାନ ଓ ପନି ପରିବା ଫସଲ ଅଧିକ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନେକ କ୍ଷେତରେ ଧାନ ପାଚି ସାରିଥିବା ବେଳେ ଭଞ୍ଜନଗର କୃଷି ଜିଲ୍ଲା ଅଧିନରେ ପ୍ରାୟ ୧୫ ରୁ ୨୦ ପ୍ରତିଶତ ଧାନ କଟା ହୋଇଛି। ବାତ୍ୟକୁ ଦୃଷ୍ଟିରେ ରଖି ବର୍ଷା ପୂର୍ବରୁ ୮୫ ପ୍ରତିଶତ ପାଚିଥିବା ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ କୃଷି ବିଭାଗ ପରାମର୍ଶ ଦେଇଥିବା ବେଳେ ସ୍ଥାନ ଅଭାବରୁ ଅମଳ ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମହଲରେ ବିକଳ ସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି।

Advertisment

ଭଞ୍ଜନଗର କୃଷି ଜିଲ୍ଲା ଅଧିନ ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଳକ୍‌ର ହଜାର ହଜାର ହେକ୍ଟର ଚାରଷ ଜମିରେ ବର୍ତ୍ତମାନ ସୁନାର ଫସଲ ଲହଡି ମାରୁଥିବା ବେଳେ ଗତ ଲଘୁଚାପ ଜନିତ ବର୍ଷା ଚଡକ ସଦୃଶ ପାଲଟିଥିବା ବୋଳେ ବର୍ତ୍ତମାନ ବାତ୍ୟା ମୁହଁରୁ ତାକୁ ସୁରକ୍ଷିତ ରଖିବା ପାଇଁ ତରବରିଆ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାଶ ଆରମ୍ଭ କରିଛି। ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନେ ବିଭିନ୍ନ ଜରିଆରେ ସଚେତନ କରାଯାଉଥିବା ବେଳେ ଚାଷୀ ମାନେ କାଟିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଦେଖା ଦେଇଛି। କିଛି ହାତଗଣତି ଚାଷୀ କଟା ଧାନକୁ ଅମଳ କରି ଅଖାରେ ଭରି ସୁରକ୍ଷିତ ସ୍ଥାନକୁ ନେଇ ପାରୁଥିବା ବେଳେ କିଛି ଚାଷୀ ଜମିରେ କିମ୍ବା ଖଳାକୁ ନେଇ ସେଠାରେ ବେଙ୍ଗଳା କରି ପଲିଥିନ ଢାଙ୍କିବା ବ୍ୟବସ୍ଥା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ନିଜର କଷ୍ଟାର୍ଜିତ ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀ ମହଲରେ ଏକ ପ୍ରକାର ସଂର୍ଘଷ ଚାଲିଥିବା ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି।

publive-image

ଅନ୍ୟପକ୍ଷରେ ଚାଥଷୀଙ୍କ ଫସଲ ଯେଭଳି ସୁରକ୍ଷିତ ରହିବ ସେନେଇ ପ୍ରଶାସନିକ ସ୍ତରରେ ବ୍ୟପକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଚାଷୀ ମାନଙ୍କୁ ସେମାନଙ୍କ ଫସଲ ରଖିବା ପାଇଁ ସୁରକ୍ଷିତ ସ୍ଥାନ ସହ ଫସଲ ଘୋଡାଇ ରଖିବାକୁ ପଲିଥିନ୍ ପ୍ରଦାନ କରିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି। ନିଜସ୍ବ ଉଦ୍ୟମରେ ଚାଷୀ ମାନେପ ସେମାନଙ୍କ ଫସଲ ସ୍ଥାନାନ୍ତର କରି ସୁରକ୍ଷିତ ରଖୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବହୁ ଜମିରେ ବର୍ତ୍ତମାନ ଫସଲ ପାଚିନଥିବାରୁ ତାହା ବଡ ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ଯାହାକି ବର୍ଷ ସାରାର ସମସ୍ତ ପରିଶ୍ରମକୁ ବୃଥା କରିଦେବ। ବର୍ଷ ଦାଉରୁ କ୍ଷେତରେ ଠିଆ ହୋଇଥିବା ଧାନ ସୁରକ୍ଷିତ ରଖିବା ପାଇଁ କିଛି ବକଳ୍ପ ବ୍ୟବସ୍ଥା ନଥିବାରୁ ସେହି ଚାଷୀ ମାନଙ୍କ ଉପରେ ଏହି ବାତ୍ୟା ଅକାଳ ବଜ୍ରପାତ ସଦୃଶ ପାଲଟିଛି।