ରାଉରକେଲା: ପାନପୋଷସ୍ଥିତ ଏକ ସେଲୁନ୍ରେ ସିଲଣ୍ଡର ବିସ୍ଫୋରଣ ହୋଇ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କ ନାମ ଗୋବିନ୍ଦ ଚକ୍ରବର୍ତ୍ତୀ ଓ ଚନ୍ଦନ ଠାକୁର ବୋଲି ଜଣାପଡ଼ିଛି। ଦୁହିଁଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ପାନପୋଷରେ ସେଲୁନ୍ କରିଥିବା ଚନ୍ଦନ ଠାକୁରଙ୍କ ଶାଳକ ବିଜୟ ଏକ ସିଲିଣ୍ଡର କିଣି ଆଣିିଥିଲେ। ଆଜି ଚନ୍ଦନ ଠାକୁର ଏହି ସିଲିଣ୍ଡରକୁ ଲଗାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶାକ୍ତିଶାଳୀ ଥିଲା କି ସିଲିଣ୍ଡର ଏକ ଖଣ୍ଡ ଚନ୍ଦନ ଠାକୁରଙ୍କ ଦୋକାନ ପାଖକୁ ଲାଗି ଥିବା ସୋଫା ଦୋକାନର କର୍ମଚାରୀ ଗୋବିନ୍ଦ ଚକ୍ରବର୍ତ୍ତୀଙ୍କ ପେଟରେ ଯାଇ ବାଜିଥିଲା। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରି ଆସିଥିବା ବେଳେ ଚନ୍ଦନଙ୍କ ବି ଏଥିରେ ଆହତ ହୋଇଥିଲେ। ସ୍ଥାନୀୟଲୋକେ ଦୁହିଁଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।