ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଗ୍ୟାସ ସିଲିଣ୍ଡର ବୋମା ଠାବ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଠାରୁ ପ୍ରାୟ ୪୫ କିଲୋମିଟର ଦୂର କରାଇକେଲା ଥାନାର ଜରଜଟ୍ଟା ଜଙ୍ଗଲରେ ସିଆରପିଏଫ୍‌ ଏବଂ ଝାରଖଣ୍ଡ ପୁଲିସ ଏକ ଗ୍ୟାସ ସିଲିଣ୍ଡର ବୋମାକୁ ଠାବ କରିଛନ୍ତି। ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରିଦିଆଯାଇଛି। ଏହି ଅଂଚଳ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ। ପ୍ରଥମ ଥର ଲାଗି ଏ ପ୍ରକାର ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ବମ ନକ୍ସଲମାନେ ବ୍ୟବହାର କରିଥିବା ନଜରକୁ ଆସିଛି। ପୁଲିସ ଏବଂ ସିଆରପିଏଫ୍‌ ଟିମକୁ ଟାର୍ଗେଟ କରି ଏହି ବୋମା ରଖାଯାଇଥିବା କୁହାଯାଉଛି। ଅଞ୍ଚଳରେ ପାୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର