ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରିରୁ ରେବଣା ସଂରକ୍ଷିତ ଜଙ୍ଗଲ ଦେଇ ବରେଇଗୋଡ଼ା ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇ ରାସ୍ତାରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟାତରେ ସମସ୍ୟା ହେଉଛି।

Advertisment

କୌଣସି ଯାତ୍ରୀବାହୀ ବସ୍‌ ଏହି ରାସ୍ତାରେ ଯାତାୟାତ କରୁନାହିଁ। ଏହି ରାସ୍ତା ଉପରେ ଦୈତାରି ଓ ବରେଇଗୋଡ଼ା ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ହରିଚନ୍ଦନପୁରଠାରୁ ରେବଣା ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ଚାଲିଥିବା ବେଳେ ରେବଣାଠାରୁ ଘୁଟୁମ ୨ କିମି ପର୍ଯ୍ୟନ୍ତ ରାସ୍ତାରେ ମାଟି ପକାଯାଇଛି। ଫଳରେ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହେଉଛି। ବିଭିନ୍ନ ସମୟରେ ଗାଡ଼ିମୋଟର କାଦୁଅରେ ଫସି ଯାଉଛି। ତେଣୁ ଲୋକେ ବ୍ରାହ୍ମଣୀପାଳ ଦେଇ ଦୀର୍ଘ ୩୦ କିମି ବାଟ ବୁଲି ଦୈତାରି ଆସୁଛନ୍ତି। ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ଶେଷ କରିବା ସହ ଦୈତାରି-ରେବଣା ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି।