ରାଉରକେଲା: ରାଉରକେଲା ପାନପୋଷ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ଥିବା ଏକ୍ସିସ ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣେ ଫ୍ଲିପକାର୍ଟ କର୍ମଚାରୀଙ୍କଠାରୁ ଡକାୟିତି ଉଦ୍ୟମ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଜଣେ ଫ୍ଲିପକାର୍ଟ କର୍ମଚାରୀ ଦିନ ପ୍ରାୟ ୧.୩୦ ସମୟରେ ଅମର ପ୍ୟାଲେସ ତଳେ ଥିବା ଫ୍ଲିପକାର୍ଟ ଅଫିସରୁ ୨୦ଲକ୍ଷରୁ ଅଧିକ ଟଙ୍କା ଧରି ଏକ୍ସିସ ବ୍ୟାଙ୍କକୁ ଜମା ପାଇଁ ଯାଉଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆପାଚି ବାଇକରେ ଆସି ଫ୍ଲିପକାର୍ଟ କର୍ମଚାରୀ ପିଙ୍କୁ ସୁନାଙ୍କ ଉପରକୁ ଭୂଜାଲିରେ ଆକ୍ରମଣ କରିଥିଲେ। ଏଥିର କର୍ମଚାରୀ ଜଣଙ୍କ ହାତରେ ଆଘାତ ଲାଗିଥିଲା। ଏହି ଘଟଣା ଘଟାଇବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଆରଜିଏଚରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-19-at-14.47.53.jpeg)