ଭଦ୍ରକରୁ ବନ୍ଧୁକ ସହ ୩ ଡକାୟତ ଗିରଫ

ଭଦ୍ରକ: ଭଦ୍ରକରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପୁଲିସ ପଣ୍ଡ କରିଛି। ପୁଲିସକୁ ଦେଖି ୨ ଜଣ ଡକାୟତ ଦୌଡ଼ି ପଳାଇଯାଇଥିବା ବଳେ ଅନ୍ୟ ୩ ଜଣଙ୍କୁ ପୁଲିସ କାବୁ କରି ନେଇଛି।

ସୂଚନା ଅନୁଯାୟୀ; ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ କିଛି ଦୁର୍ବୃତ୍ତ ଡକାୟତି ପାଇଁ ଯୋଜନା କରୁଥିଲୋ। ପୁଲିସକୁ ବିଶେଷ ସୂତ୍ରରୁ ଏହି ଡକାୟତି ଯୋଜନା ସମ୍ପର୍କରେ ଖବର ମିଳିଥିଲା। ଖବର ପାଇ ପେଟ୍ରୋଲିଂ ଟିମ ସହ ଭଦ୍ରକ ଟାଉନପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଚାରିଆଡୁ ଘେରି ଯାଇଥିଲେ। ପୁଲିସକୁ ଦେଖି ଅନ୍ୟ ଦୁଇ ଜଣ ଡକାୟତ ଦୌଡି ପଳାଇଯାଇଥିଲେ ବେଳେ ଅନ୍ୟ ତିନିଜଣ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ।

ଗିରଫ ଡକାୟତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ଡକାୟତି ପାଇଁ ବ୍ୟବହାର ହେବାକୁ ଥିବା ଦୁଇଟି ବାଇକ ୟମହା ଏଫ୍‌ଜେଡ୍‌- ଓଆର୍‌-୦୨-ବିଜି-୩୮୬୧ ଓ ଆପାଚି ନମ୍ବର ଓଡି – ୨୨ଏଫ -୯୩୮୬ଗାଡ଼ିକୁ ପୁଲିସ ଜବତ କରିଛି। ତିନି ଗିରଫ ଅଭିଯୁକ୍ତ ହେଲେ ଗ୍ରାମଞ୍ଚଳ ଥାନା ଏରେଇଁ ଅଞ୍ଚଳର ପାଗୁଳୁ ସେଠି, ତପନ ଦଳେଇ ଓ ବାଉଦପୁର ଅଞ୍ଚଳର ଅଜିତ ସେଠି ବୋଲି ପୁଲିସ ସୂଚନା ଦେଇଛି । ତେବେ ଫେରାର ଦୁଇଜଣ ଡକାୟତଙ୍କ ପରିଚୟ ମିଳିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର