ଗ୍ରାମାଂଚଳ ଯୁବକଯୁବତୀଙ୍କ ମଧ୍ୟରେ ଦକ୍ଷତା ବିକାଶ ସଚେତନତା ପାଇଁ ଦକ୍ଷତା ରଥ 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଂଚଳର ଯୁବକଯୁବତୀଙ୍କ ମଧ୍ୟରେ କୌଶଳ, ଦକ୍ଷତା ଆଦିର ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ୨ଟି ଦକ୍ଷତା ରଥର ଶୁଭାରମ୍ଭ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ପିଡି ଡିଆର୍ଡିଏ ଦିଗନ୍ତ କୁମାର ରାଉରରାୟ ଯୋଗ ଦେଇ ଦୁଇଟି ଦକ୍ଷତା ରଖର ଶୁଭାରମ୍ଭ କରିଥିଲେ ।

ଏନେଇ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢ଼ୀ କହିଛନ୍ତି ଯେ ଗ୍ରାମାଂଚଳରେ  ୧୫ରୁ ୩୫ ବର୍ଷ ମଧ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ଓ ସେମାନଙ୍କୁ ଆବଶ୍ୟକ ତାଲିମ ଦେଇ ରୋଜଗାରକ୍ଷମ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ଆଗ୍ରହୀ ଯୁବକଯୁବତୀଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ତାଲିକ ୧ବର୍ଷ, ୯ ମାସ, ୬ ମାସ, ୩ ମାସ ଅବଧିରେ ରହିଛି ।

ଏହି ପ୍ରଶିକ୍ଷଣରେ ୫୦ରୁ ଉର୍ଦ୍ଧ୍ବ ବିଭାଗରେ ୨୫୦ଟି ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରାଯାଇଛି । ଏନେଇ ୨ଟି ରଥ ୧୦ଟି ବ୍ଲକ ବୁଲି ସଚେତନ କରାଇବ । କାର୍ଯ୍ୟକ୍ରମକୁ ରଥ ପରିକ୍ରମା କାର୍ଯ୍ୟକ୍ରମର ଉପମୁଖ୍ୟ ନିର୍ବାହୀ ତଥା ଓରମାସ୍ର ଗୁଣ୍ଡିଚା ବେହେରା ସଂଯୋଜନା କରିଥିଲେ । ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର