ଖତ ଖାଉଛି ସିଟି ବସ: ପୁଣି ଆଉ ଏକ ଚିଠି ଦେଲା କେନ୍ଦ୍ର ପରିବହନ ମନ୍ତ୍ରଳାୟ, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ 

ଜୟପୁର: ଜୟପୁରରେ ଖତ ଖାଉଥିବା ସିଟିବସକୁ ନେଇ  କେନ୍ଦ୍ରସରକାର ମୁଣ୍ଡ ପୁରାଇ ପ୍ରଥମ ଚିଠି ଦେଇଥିଲେ। ଏବେ ପୁଣି ରାଜ୍ୟ ସରକାର ଓ ପରିବହନ ବିଭାଗ କଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ଦେବାକୁ ପୁଣି ଆଉ ଗୋଟିଏ ଚିଠି କରିଛନ୍ତି। ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ କମିଶନରଙ୍କୁ କେନ୍ଦ୍ର ସରକାର ପରିବହନ ବିଭାଗର ଉପସଚିବ  ନିର୍ଦେଶ ଦେଇଛନ୍ତି। ।

ଏହି ବସ ସେବା ଦୀର୍ଘ ଦିନ ହେବ ଠପ୍ ହୋଇ ପଡ଼ିଥିବା ଏବଂ ଏଥି ପାଇଁ ବହୁ ଲୋକେ ଉପକୃତ ହୋଇ ପାରୁ ନଥିବା, ସରକାରଙ୍କ କୋଟି କୋଟି ଟଙ୍କାରେ କିଣାଯାଇଥିବା ବସ ଗୁଡ଼ିକ ଖତ ଖାଉଥିବାକୁ ନେଇ ସମାଜସେବୀ ବସନ୍ତ ପାତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, କେନ୍ଦ୍ର ପରିବହନ ମନ୍ତ୍ରଳାୟରେ ଅଭିଯୋଗ କରିଥିଲେ।

ପ୍ରକାଶଯୋଗ୍ୟ, ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରଷ୍ଟ ଜରିଆରେ ରାଜ୍ୟସରକାର ୨୦ଟି ସିଟି ବସ ୨୦୧୬ରେ ଚଳାଇବାକୁ ଯୋଜନା କରିଥିଲେ। କୋଟି କୋଟି ଟଙ୍କାର ବସ ସ୍ବଳ୍ପ ଦିନ ଚାଳିଥିଲା। ପରବର୍ତ୍ତୀ ସମୟରେ ୨୦ରୁ ୧୬ଟି ବସ ଚଳାଚଳ କରିଥିଲେ ହେଁ ଏବେ ପର୍ଯ୍ୟନ୍ତ ନୂଆ ୪ଟି ବସ ଚାଳି ନ ପାରି ଖତ ଖାଇଛି। ଏହାକୁ ଏକ ସଂସ୍ଥା ପରିଚାଳାନା ଭାର ନେଇଥିଲେ। ସଂପ୍ରତି ବସଗୁଡ଼ିକ ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ସେଭଳି ପଡ଼ି ରହି ଖତ ଖାଉଛି। ଏହାକୁନେଇ ସମାଜସେବୀ ଶ୍ରୀ ପାତ୍ର ଅଭିଯୋଗ କରିଥିଲେ।

 

ସମ୍ବନ୍ଧିତ ଖବର