ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତ୍ରିବିନ୍ଧା ଗ୍ରାମରେ ଦଶହରା ପର୍ବ ପାଳିତ ହୋଇଛି। ଏହି ଅବସରରେ ମାନସିକଧାରୀମାନେ କଣ୍ଟାପିଢ଼ାରେ ବସିବା ସହ ନିଆଁରେ ଚାଲିଛନ୍ତି। ବୈତରଣୀ ନଦୀରୁ ଏକ କଳସଯାତ୍ରା ଆସିବା ପରେ ଘଟ ସ୍ଥାପନା କରାଯାଇଥିଲା। ପରେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ସାଙ୍ଗକୁ ଭୋଗ ଲାଗି କରାଯାଇଥିଲା। ଏହି ଅବସରରେ ପାରମ୍ପରିକ ଅସ୍ତ୍ର ପୂଜନ ପରେ ଶ୍ରଦ୍ଧାଳୁମାନେ ନିଆଁରେ ଚାଲିବା ସହିତ କଣ୍ଟାପିଢ଼ା ରେ ବସିଥିଲେ। ଏଭଳି କଲେ ଗାଁକୁ ବିପତ୍ତି ଆସିନଥାଏ। ଲୋକେ ରୋଗବ୍ୟାଧିରୁ ମୁକ୍ତି ପାଆନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।
କଣ୍ଟାରେ ବସିଲେ, ନିଆଁରେ ଚାଲିଲେ
/sambad/media/post_attachments/wp-content/uploads/2023/10/01876911-374b-4905-a106-c62011637f02.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)