ତିହିଡ଼ି: ଝିଅକୁ ହତ୍ୟା କରି ବାପା, ସାବତ ମାଆ ଗିରଫ

 

ତିହିଡ଼ି: ଗତକାଲି ରାତିରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତଭଉରିଆବାଙ୍କି ର୍ଗାରେ ଘଟିଛି ଏକ ଅଭାବନୀୟ ଘଟରା। ଗଆମେର  ଜଣେ ୧୭ ବର୍ଷୀୟା ନାବାଳିୀକାଙ୍କୁ ତାଙ୍କ ବାପା ଓ ମାଆ ମିଶି ହତ୍ୟା କରିଥିବା ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମୃତ  ନାବାଳିକାଙ୍କ ସାନବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଉଭୟ ବାପା ଓ ସାବତମାଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

 

ମିଳିଥିବା ସୂଚନା ଅନୁଯାୟୀ, ଭଉରିଆବାଙ୍କ ଗ୍ରାମର ବାବାଜୀ ବାରିକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବାବାଜୀ  ବାସନ୍ତୀ ବାରିକଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ତେବେ ବାବାଜୀଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଜନ୍ମ ନେଇଥିିବା  ପାର୍ବତୀ ବାରିକ (୧୭ ବର୍ଷ)ଙ୍କୁ  ତାଙ୍କ ସାବତ ମାଆ ବାସନ୍ତୀ ଭଲ ପାଉ ନ ଥିଲେ। ଏପରିକି ଉଭୟ ବାପାମାଆ ପାର୍ବତୀଙ୍କୁ ନିର୍ଯାତନା ଦେଉଥିଲେ। ଗତକାଲି ରାତିରେ  ବାବାଜୀ ଓ ବାସନ୍ତୀ ପାର୍ବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା  ଅଭିଯୋଗ କରିଥିଲେ। ପାର୍ବତୀଙ୍କ ଗଁ ଗଁ ଶବ୍ଦ ଶୁଣି ତାଙ୍କ ସାନବାପା ପ୍ରଭାକର ବାରିକ ଓ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପ୍ରଭାକର ତାଙ୍କ ବଡ଼ଭାଇ ବାବାଜୀ ଓ ଭାଉଜ ବାସନ୍ତୀଙ୍କ ନାମରେ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର