ଅନଲାଇନ ପରୀକ୍ଷା ଦାବିରେ ଡିଏଭି କଲେଜରେ ଛାତ୍ର ଅଶାନ୍ତି

କୋରାପୁଟ: କରୋନା ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା କରିବା ଦାବିରେ ଆଜି କୋରାପୁଟ ଜିଲ୍ଲା ଡିଏଭି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଯୁକ୍ତ ତିନି ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଇବା ଦାବି ନେଇ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇଥିଲେ।

କଲେଜର ଅଧ୍ୟକ୍ଷ ବୁଝାସୁଝା କରିବା ପିଲାମାନେ ଆନ୍ଦୋଳନରୁ ହଟିଥିଲେ। ତାଲା ପକାଇ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ।

ସମ୍ବନ୍ଧିତ ଖବର