ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା: ଓଡ଼ିଶୀ-ଭାରତନାଟ୍ୟମରେ ଦର୍ଶକ ବିଭୋର

ଧଉଳି: ୧୭ତମ ଧଉଳି–କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଦର୍ଶକମାନେ ପ୍ରସିଦ୍ଧ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଓ ଭାରତନାଟ୍ୟମ ନୃତ୍ୟ ସଂଙ୍ଗୀତ ମାଧୁର୍ଯ୍ୟର ତାଳେ ତାଳେ ସମରକଳା ନୃତ୍ୟର ମିଶ୍ରିତ ଘନଘଟାରେ ମଞ୍ଚରେ ଉପସ୍ଥିତ ଦର୍ଶକମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବା ସହ ମନରେ ସିଂହରଣ ସୃଷ୍ଟି ସୃଷ୍ଟି କରିଥିଲା । ଆର୍ଟଭିଜନର ଶିଳ୍ପୀମାନେ ପ୍ରଥମ ପ୍ରସ୍ତୁତିରେ ରାଗ କଳାବତୀ ଓ ତାଳ ତ୍ରିପଟାରେ ନିବଦ୍ଧ ‘ପଲ୍ଲବୀ’ ଦଶକମାନଙ୍କୁ ପୁଲକିତ କରିଥିଲା । ପରେ ଅନୁଷ୍ଠାନର ଶିଳ୍ପୀମାନେ ୨ୟ ପ୍ରସ୍ତୁତିରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ନୃତ୍ୟ ସଂଯୋଜନାରେ କାଳିଦାଶଙ୍କ ରଚନାର ଅଂଶବିଶେଷ ମେଘଦୁତମ ସମବେତ ଦର୍ଶକମାନଙ୍କ ବେଶ୍ କରତାଳି ସାଉଁଟିଥିଲା।

ଦ୍ବିତୀୟ ପ୍ରସ୍ତୁତିରେ ସୁଦୂର ଚେନ୍ନାଇରୁ ଆସିଥିବା ଗୁରୁ ଅନିତା ଗୁହା ଓ ସାଥୀ ଶିଳ୍ପୀମାନେ ପୌରାଣିକ ରାମାୟଣରୁ ଉଦ୍ଧୃତ ବିଷୟବସ୍ତୁ ମର୍ଗାଝୀ ଥିଙ୍ଗଲରେ କ୍ରୋଧ ଜର୍ଜରିତ ପଶୁର୍ରାମ, ନଟ୍ଟ ଶୁଭରାଗମ ପଶୁର୍ରାମଙ୍କ ବିରତ୍ବର ଅହଙ୍କାର ବିନାଶ କଥା, ପରେ ସୁରଦାଶଙ୍କ ରଚନାରେ ମହାଦେବଙ୍କ ପାଞ୍ଚ ରୂପ ଚର୍ଯ୍ୟାକୁ ନେଇ ପଞ୍ଚ ଶିବନ୍, ତରାନା ଏବଂ ଭୀମ ମାରୁତି ଅଭଙ୍ଗ ପରିବେଷଣ କରିଥିଲେ। ଏହାର ରାଗ ଜୌନପୁରୀ ଓ ଦରବାରି ଉପରେ ପର୍ଯ୍ୟବେସିତ ଥିଲା । ଏସବୁର ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ଅନିଥା ଗୁହା ।

ଶେଷ ପ୍ରସ୍ତୁତିରେ ପଶ୍ଚିମବଙ୍ଗ କାଳିପଦ ଛଉନୃତ୍ୟ ସମିତିର କଳାକାରମାନେ ମୁହଁରେ ମୁଖା ପରିଧାନ କରି ପରିବେଷଣ କରିଥିଲେ ମହିଁଶାସୁର ବଦ୍ଧର ସମରକଳା ନୃତ୍ୟ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା ।

ଆଜି ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଓଶିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତି ପ୍ରମୁଖ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ.ଇଂ ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍ ।

ସମ୍ବନ୍ଧିତ ଖବର