ଜୟପୁର: ନୂଆଦିଲ୍ଲୀ ୪୮ ନମ୍ୱର ଜାତୀୟ ରାଜପଥ ଉମରାଓ ହୋଟେଲରେ ଡି. ଆର କଙ୍ଗୋ ଦେଶର ୬୩ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ସମାରୋହରେ କୋରାପୁଟ ଜିଲ୍ଲା ଜୟପୁରର ଝିଅ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ। ଡଃ.ରାଉଳ ମା’ ଦୂର୍ଗାଙ୍କ ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ-ନବ ଦୁର୍ଗା ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଡି. ଆର କଙ୍ଗୋ ରାଷ୍ଟ୍ରଦୂତ ହେଚ.ଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ବୈଦେଶିକ ବ୍ୟାପାର ତଥା ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି ଯୋଗ ଦେଇଥିଲେ। ପ୍ରଥମେ ଭାରତର ଜାତୀୟଗୀତର ସଂଗୀତ ବଜା ଯାଇଥିଲା। ପରେ ଡି. ଆର କଙ୍ଗେ ଦେଶର ଜାତୀୟ ସଂଗୀତ ବଜାଇ ଉଭୟ ଦେଶକୁ ସମ୍ମାନ ପ୍ରଦାନ କରାଯାଇଥିଲା।
ପରେ ପରେ ଡି. ଆର କଙ୍ଗୋ ଦେଶର ସାଂସ୍କୃତିକ ଦଳ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହାସହିତ ଅନ୍ୟ ଦେଶର ସାଂସ୍କୃତିକ ଦଳ ପାରମ୍ପରିକ ଲୋକ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ସହ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ରାଉଳଙ୍କୁ ରାଷ୍ଟ୍ରଦୂତ କଙ୍ଗୋ ଦେଶର ପାରମ୍ପାରିକ ବସ୍ତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଏଥିରେ ୩୫ଟି ଦେଶର କୁଟନୀତିଜ୍ଞ, ରାଷ୍ଟ୍ରଦୂତ, ଏବଂ ବହୁ ବୈଦେଶିକ ଅଧିକାରୀଙ୍କ ସହ ଅନ୍ୟତମ ଅତିଥି ଭାବେ ସୁପ୍ରସିଦ୍ଧ ଆନ୍ତର୍ଜାତିକ ସାଲସା ଡ୍ୟାନସର ତଥା ନୂଆ ଦିଲ୍ଲୀ ଡ୍ୟାନସ ପ୍ରୋଜେକ୍ଟ ହାଉସର ଯୁବ ନିର୍ଦ୍ଦେଶକ ସୁମିତ ସୌରଭ ଯୋଗ ଦେଇଥିଲେ।