ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପେପରମେଟଲା ଥାନା ଅଂଚଳରେ ଜଣେ ଅଚିହ୍ନ ଲୋକର ଶବ ଉଦ୍ଧାର କରାଯାଇଛି।ପେପରମେଟଲା ନିକଟସ୍ଥ ଜାମଯୋଡି ନିକଟସ୍ଥ ନଦୀରେ ଏହି ଅଚିହ୍ନ ବ୍ୟକ୍ତିଙ୍କ ଶବ ଭାସୁଥିବାରୁ ପେପର ମେଟଲା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଶବକୁ ଜବତ କରିବା ପରେ ବ୍ୟବଛେଦ କରାଯାଇଥିବା କୁହାଯାଇଛି। ତେବେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଶବକୁ ସାଇତି କରି ରଖାଯିବ ବୋଲି ପୁଲିସ କହିଛି।
ଯଦି କେହି ତାର ସଂପର୍କୀୟ ଆସନ୍ତି ତେବେ ଶବକୁ ହସ୍ତାନ୍ତର କରାଯିବ ନଚେତ ଶବକୁ ପୋତି ଦିଆଯିବ ବୋଲି କୁହାଯାଇଛି। ତେବେ ଏହି ଅଜଣା ବ୍ୟକ୍ତି ଜଣକ ଶୌଚ ପାଇଁ ହୁଏତ ପାଣିକୁ ଓହ୍ଲାଇ ଥାଇପାରେ ବୋଲି ଅନୁମାନ କରାଯାଏ। ପାଣିରେ ଗୋଡ ଖସିଯିବା ଫଳରେ ସେ ମୃତ୍ୟୁବରଣ କରିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ତେବେ କେହି ସଂପର୍କୀୟ ଥିଲେ ତୁରନ୍ତ ପେପରମେଟଲା ଥାନା ଅଧିକାରୀଙ୍କ ସହ ଯୋଗଯୋଗ କରିବା ପାଇଁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead_body_of_youth_found_on_national_highway_in_lakhimpur_kheri_1584257493-1-750x430-1.jpg)