ସୁନ୍ଦରଗଡ଼: ମହାମାରୀ କରୋନା ସମୟରେ ବହୁ ଜଣାଅଜଣା ମୃତଦେହ ଅଲୋଡ଼ା, ଅସ୍ପୃଶ୍ୟ ହୋଇଯାଇଥିଲା। ଏପରିକି ସଂକ୍ରମଣ ଭୟରେ ସାହିପଡ଼ିଶାଙ୍କ କଥା ଛାଡ଼, ରକ୍ତସମ୍ପର୍କୀୟ ବି ପାଖ ମାଡ଼ି ନଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖାଯାଇଥିଲା। ହେଲେ ନିକଟରେ ହେମଗିର ଥାନା ବଲିଙ୍ଗା ଫାଣ୍ଡି ଅଞ୍ଚଳରେ କରୋନା ସଂକ୍ରମଣ କି ଅନ୍ୟ କୌଣସି କାରଣ ନଥାଇ ପରିବାର ଲୋକେ ମଲା ଗଲା କହି ଏକ ଯୁବକର ମୃତଦେହ ନେବାକୁ ଅଥବା ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ମନା କରିଦେବା ଓ ଶେଷକୁ ୧୪ ଦିନ ପରେ ଶ୍ମଶାନବନ୍ଧୁ ଶବ ସତ୍କାର କରିବା ଚର୍ଚ୍ଚାର ବିଷୟ ହୋଇଛି।
ବିହାର ରାଜ୍ୟ ସାରନ ଜିଲ୍ଲା ମୋରୋରା ଥାନ ସିଲୋଡି ଗାଁରେ ନାଗେଶ୍ବର ରାଏଙ୍କ ପୁଅ ନରେନ୍ଦ୍ର ଯାଦବ (୩୫) ହେମଗିର ଥାନା ଅଞ୍ଚଳର ଏକ ଗାଁରେ କାର୍ଯ୍ୟରତ ଏକ ଠିକା ସଂସ୍ଥା ପ୍ରଜାପତି କନଷ୍ଟ୍ରକସନ କଂପାନିରେ ପାଣି ଟାଙ୍କି ନିର୍ମାଣ ମିସ୍ତ୍ରି ଭାବେ ନିୟୋଜିତ ଥିଲେ। ଗତ ନଭେମ୍ବର ୨୦ ତାରିଖରେ ସେ କୌଣସିସ୍ଥିତିରେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଯାଇଥିଲା। ବଲିଙ୍ଗା ଫାଣ୍ଡି ପୁଲିସ ଶବକୁ ଶବାଗାରରେ ରଖି ତାଙ୍କ ଘର ଠିକଣାରେ ମୃତ ନରେନ୍ଦ୍ରଙ୍କ ପରିବାରକୁ ଖବର ଦେଇଥିଲା।
/sambad/media/post_attachments/wp-content/uploads/2022/12/aa79ea46-e77c-4e50-b11e-f53948e8840f.jpg)
ବାରମ୍ବାର ଖବର ଯିବା ସତ୍ତ୍ବେ ତାଙ୍କ ପରିବାର ଲୋକେ ଶବ ନେବାକୁ ଇଚ୍ଛା ପ୍ରକାଶ କରି ନଥିଲେ। ଏପରିକି ପୁଲିସର ଫୋନ୍ କଲ୍କୁ ବି ଆଉ ଗ୍ରହଣ କରି ନଥିଲେ। ପୁଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଥିଲା। ୧୩ ଦିନ ଅପେକ୍ଷା ପରେ କେହି ନଆସିବାରୁ ଠିକା ସଂସ୍ଥା ପ୍ରଜାପତି କନଷ୍ଟ୍ରକସନ କଂପାନି ପରିଦର୍ଶକଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ଟିମ ଶ୍ମଶାନବନ୍ଧୁଙ୍କ ସହଯୋଗ ଲୋଡ଼ିଥିଲା ପୁଲିସ। ଶ୍ମଶାନବନ୍ଧୁ ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହିତ ଦେବେନ୍ଦ୍ର ସାହୁ ଓ ଚିଣ୍ଟୁ ରକ୍ସା ତୁରନ୍ତ ଶବାଗାରରେ ପହଞ୍ଚି ମହାପ୍ରୟାଣ ଗାଡ଼ି ଯୋଗେ ସୁନ୍ଦରଗଡ଼ ସ୍ବର୍ଗଦ୍ବାରକୁ ନେଇ ଯଥାରୀତି ଦାହସଂସ୍କାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/d1ea0665-f916-4022-8168-c115b6812dc9.jpg)