ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ କାଳିଆମ୍ବା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ପୁଲିସ ମୃତ ମହିଳାଙ୍କୁ ଏକ ଅଖା ବସ୍ତାରେ ପୂରାଯାଇଥିବା ଅବସ୍ଥାରେ ଉଦ୍ଧାର କରିଛିି। ବୁଗୁଡ଼ା ଅଞ୍ଚଳର ଭଗବାନପୁର ଗାଁର ମହିଳାଙ୍କର ମୃତଦେହକୁ ତାଙ୍କର ମା’ ଚିହ୍ନଟ କରିଛନ୍ତି।

ପୁଲିସର ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ ନେଇ ହତ୍ୟା ପରେ ଅଖା ବସ୍ତାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ମହିଳାଙ୍କ ମା’ ଥାନାରେ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲ ୨୭ରେ ମହିଳାଙ୍କର ପାଣିକେଶୀ ଗାଁରେ ବିବାହ ହୋଇଥିଲା।

ସମ୍ବନ୍ଧିତ ଖବର