ବୈତରଣୀର ଖଲିଚଉପତି ଘାଟରୁ ମିଳିଲା ବସ୍ତାରେ ବନ୍ଧା ହୋଇଥିବା ଯୁବକ ଓ ମହିଳାଙ୍କ ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଫୁଲକଂଳେଇ ବୈତରଣୀ ନଦୀର ଖଲିଚଉପତି ଘାଟରୁ ଶନିବାର ଦୁଇଟି ମୃତଦେହ ମିଳିଛି।ଏକ  ରକ୍ତଜୁଡ଼ୁବୁଡୁ  ବସ୍ତା ଖଲିଚଉପତି ଘାଟରେ ଭାସୁଥିବାର ସ୍ଥାନୀୟଲୋକମାନେ ଦେଖିବାକୁ ପାଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ଲୋକେ ଭୟଭୀତ ହେବା ସହିତ ପୁଲିସ ଓ ଅନ୍ୟମାନଙ୍କୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବସ୍ତାକୁ ଜବତ କରିଥିଲା। ଏହି ବସ୍ତା ଖୋଲିଲା ପରେ ତା’ଭିତରେ ଦୁଇଟି ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଦୁଇଟି ମୃତଦେହ ମଧ୍ୟରୁ ଗୋଟିଏ ଯୁବକଙ୍କର ଥିବା ବେଳେ ଅନ୍ୟଟି ଜଣେ ମହିଳାଙ୍କ ଥିଲା ବୋଲି ଜଣାପଡ଼ିଛି।

Image result for dead body in river
ABS-CBN News

ଉକ୍ତ ଯୁବକ ଓ ମହିଳାଙ୍କୁ ହତ୍ୟା କରିବା ପରେ କେହି ଯେପରି ଏହି ହତ୍ୟାକାଣ୍ଡ ବିଷୟରେ ନ ଜାଣି ପାରନ୍ତୁ ସେଥିପାଇଁ ହତ୍ୟାକାରୀ ଦୁଇଜଣଙ୍କ ମୃତଦେହକୁ ଏଭଳି ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ନେଇ ବାରିଆ ପୁଲିସ ସନ୍ଦେହ କରୁଛି। ଏଥିସହିତ ପୁଲିସ ଏହି ଘଟଣାର ପଛର ସତ୍ୟତା ଖୋଜିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର